ଦେଶରେ ୪୩,୩୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଦୈନିକ ସଂକ୍ରମଣ ହାର ୨.୪୨%

ନୂଆଦିଲ୍ଲୀ: ଗୋଟିଏ ଦିନରେ ଦେଶରେ ଆଉ ୪୩,୩୯୩ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥସହିତ ଗୋଟିଏ ଦିନ ମଧ୍ୟରେ ଆଉ ୪୪,୪୫୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ମୋଟ ୪୨.୭୦ କୋଟି ନମୁନା ପରୀକ୍ଷା କରାଯାଇସାରିଲାଣି। ଦୈନିକ ସଂକ୍ରମଣ ହାର ୨.୪୨% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୬% ରହିଥିବା ଜଣାଯାଇଛି।
ଭାରତରେ ଏପର୍ଯ୍ୟନ୍ତ କରୋନାରୁ ମୋଟ ୨,୯୮,୮୮,୨୮୪ ଜଣ କରୋନାରୁ ସୁସ୍ଥ ହୋଇସାରିଥିବାବେଳେ ସଂପ୍ରତି ୪,୫୮,୭୨୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ସୁସ୍ଥ ହେବା ହାର ୯୭.୧୯% ରହିଛି। ଇତିମଧ୍ୟରେ ୩୬.୮୯ କୋଟି ପାନ ଟିକା ଦିଆଯାଇସାରିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। 

Comments are closed.