ତେଲେଙ୍ଗାନାରେ ୪୩ ଡାକ୍ତରୀ ଛାତ୍ରଛାତ୍ରୀ କରୋନା ସଂକ୍ରମିତ; ହିମାଚଳ ପ୍ରଦେଶରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଦୁଇପାନ ଟିକାକରଣ

ନୂଆଦିଲ୍ଲୀ: ତେଲେଙ୍ଗାନାର ଏକ ମେଡିକାଲ କଲେଜରେ ୪୩ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଏହି ଛାତ୍ରଛାତ୍ରୀ ରାଜ୍ୟର ବୋମାକାଲସ୍ଥିତ ଚଲମେଦା ଆନନ୍ଦରାଓ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସର ବୋଲି ଜଣାଯାଇଛି। କରିମନଗର ଜିଲା ସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି। କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଭିଡ ଲକ୍ଷଣ ଦେବା ଦେବାପରେ ସେମାନଙ୍କର ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୪୩ ଜଣ କରୋନା ସଂକ୍ରମିତ ଜଣାପଡିଛି। ଅନ୍ୟପକ୍ଷରେ ହିମାଚଳପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଭାବରେ ଏହାର ସମସ୍ତ ଯୋଗ୍ୟବ୍ୟକ୍ତିଙ୍କୁ କୋଭିଡର ଦୁଇପାନ ଟିକା ଦେବାର ଗୋ÷ରବ ହାସଲ କରିଛି। ଦେଶରେ ଏପର୍ଯ୍ୟନ୍ତ ମୋଟ ୧୨୭.୬୧ କୋଟି ଟିକା ଦିଆଯାଇସାରିଲାଣି।

Comments are closed.