ଦେଶରେ ନୂଆ ୪୨,୭୬୬ ସଂକ୍ରମିତ ଚିହ୍ନଟ; ୧୨୦୬ ମୃତ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ନୂଆ ୪୨,୭୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଗୋଟିଏ ଦିନରେ ୧୨୦୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୫,୨୫୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ହାର ୯୭.୨% ରହିଛି ।
ସେହିଭଳି ଦେଶରେ ଏପର୍ଯ୍ୟନ୍ତ ମୋଟ ୨,୯୯,୩୩,୫୩୮ ଜଣ ସୁସ୍ଥ ହୋଇସାରିଛନ୍ତି । ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ସଂପ୍ରତି ୪,୫୫,୦୩୩ ରହିଛି । ଦୈନିକ ସଂକ୍ରମଣ ହାର ୧.୪୮% ରହିଛି । ଗତକାଲି ସୁଦ୍ଧା ଦେଶରେ ମୋଟ ୪୨.୯ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ଏଥିସହିତ ଗତକାଲି ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୩୭.୨୧ କୋଟି ପାନ କୋଭିଡ ଟିକା ଦିଆଯାଇସାରିଥିବା ଜଣାଯାଇଛି ।

Comments are closed.