ଦେଶରେ ବି ବଢିଲା ଦୈନିକ ସଂକ୍ରମଣ; ୪୨,୬୨୫ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣରେ ପୁନଃ ବୃଦ୍ଧିଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୨,୬୨୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକ ମଧ୍ୟରେ ୩୬,୬୬୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୩୭% ରହିଛି। ଏପର୍ଯ୍ୟନ୍ତ ଦେଶରେ ମୋଟ ୩,୦୯,୩୩,୦୨୨ ଜଣ କରୋନାରୁ ସୁସ୍ଥ ହୋଇସାରିଥିବାବେଳେ ସଂପ୍ରତି ୪,୧୦,୩୫୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି।
ଦେଶରେ ଦୈନିକ ସଂକ୍ରମଣ ସ୍ତର ୨.୩୧% ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୩୬% ରହିଛି। ମଙ୍ଗଳବାର ସଂଧ୍ୟା ସୁଦ୍ଧା ଦେଶରେ ମୋଟ ୪୭.୩୧ କୋଟି କୋଭିଡ ନମୁନା ପରୀକ୍ଷା କରାଯାଇସାରିଛି। ସେହି ସମୟ ସୁଦ୍ଧା ଦେଶରେ ମୋଟ ୪୮.୫୨ କୋଟି ପାନ ଟିକା ଦିଆଯାଇସାରିଥିବା ଜଣାଯାଇଛି।

Comments are closed.