ଦେଶରେ ପୁଣି ବଢିଲା ସଂକ୍ରମଣ; ଦିନକରେ ୪୨,୦୧୫ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କୋଭିଡ ସଂକ୍ରମଣ ପୁଣି ବୃଦ୍ଧିପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨.୦୧୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକରେ ୩୬,୯୭୭ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୯୭.୩୬% ରହିଥିବାବେଳେ ଏପର୍ଯ୍ୟନ୍ତ ମୋଟ ୩,୦୩,୯୦,୬୮୭ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି।

ଦେଶରେ ସଂପ୍ରତି ୪,୦୭,୧୭୦ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି। ଦୈନିକ ସଂକ୍ରମଣ ହାର ୨.୨୭% ଏବଂ ସାପ୍ତାହିକ ହାର ୨.୦୯% ରହିଥିବା ଜଣାଯାଇଛି। ଦେଶରେ ଏପର୍ଯ୍ୟନ୍ତ ମୋଟ ୪୪.୯୧ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ଏଥିସହିତ ଗତ ମଙ୍ଗଳବାର ସଂଧ୍ୟା ସୁଦ୍ଧା ୪୧.୫୪ ପାନ ଟିକା ଦିଆଯାଇସାରିଛି।

Comments are closed.