୪୧୦ ବର୍ଷ ପୂର୍ବର ବ୍ରିଟିଶ୍ ଯୋଜନା

0

୧୬୦୮ ଅଗଷ୍ଟ ୨୪ର ଘଟଣା। ସେଇଦିନ ପ୍ରଥମ କରି ବ୍ରିଟିଶ୍ ଇଷ୍ଟ-ଇଣ୍ଡିଆ କମ୍ପାନୀର ଜାହାଜ ‘ହେକ୍ଟର’ ସୁରତର ବନ୍ଦରଗାହରେ ପହଞ୍ଚିଥିଲା। ବ୍ରିଟେନ୍‌ର ଭାରତକୁ ଏଇ ଯାତ୍ରା ଏତେ ସହଜ ପଥ ନଥିଲା। ପ୍ରଥମେ ପର୍ତ୍ତୁଗୀଜ ସେନା ଦ୍ବାରା ଜାହାଜର କର୍ମଚାରୀମାନେ ବନ୍ଦୀ ହେଲେ ଓ ପରେ ଭାରତକୁ ସେମାନଙ୍କ ପଥ ପରିଷ୍କାର ହୋଇଥିଲା। ସେ ସମୟରେ ସୁରତ୍‌ ଭାରତର ଅନ୍ୟତମ ତଥା ମୁଖ୍ୟ ବ୍ୟାବସାୟିକ କେନ୍ଦ୍ର ଥିଲା। ତତ୍କାଳୀନ ବ୍ରିଟେନ୍ ରାଜା ଜେମ୍ସ(ପ୍ରଥମ)ଙ୍କ ପତ୍ର ଓ ଦାମୀ ଉପହାର ନେଇ ‘ହେକ୍ଟର’ ଜାହାଜ ଭାରତରେ ପ୍ରବେଶ କରିଥିଲା। ସେସମୟରେ ଜାହାଙ୍ଗୀର ଆମ ଦେଶରେ ରାଜତ୍ବ କରୁଥିଲେ।

Leave A Reply