ରାଜ୍ୟରେ ୨୪ ଘଣ୍ଟାରେ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଅନୁଗୁଳ ଜିଲାରୁ ଦୁଇଜଣ କରୋନାରେ ପ୍ରାଣ ହରାଇଥିବାବେଳେ ଦେବଗଡ ଜିଲାରୁ ଜଣେ, ବରଗଡରୁ ୨, ଭୁବନେଶ୍ୱରରୁ ୪ଜଣ ପ୍ରାଣ ହରାଇଛନ୍ତି। ଏଥିସହିତ କଟକରୁ ୪ଜଣ, ଝାରସୁଗୁଡା ଜିଲାରୁ ୪ଜଣ, କଳାହାଣ୍ଡି ଜିଲାରୁ ଜଣେ, କେନ୍ଦ୍ରାପଡା ଜିଲାରୁ ୩ଜଣ, ଖୋର୍ଦ୍ଧା ଜିଲାରୁ ୨ଜଣ, କୋରାପୁଟରୁ ୩, ମାଲକାନଗିରି ୨, ମୟୁରଭଞ୍ଜ ୨, ନୂଆପଡା ୨, ପୁରୀ ଜିଲାରୁ ୪ଜଣ, ରାୟଗଡା, ସୋନପୁରରୁ ଜଣେ ଲେଖାଏଁ ଏବଂ ସୁନ୍ଦରଗଡ ଜିଲାରୁ ୪ଜଣଙ୍କର କରୋନାରେ ପ୍ରାଣହାନି ଘଟିଛି।

Comments are closed.