ଦେଶରେ ଆଉ ୪୧,୩୮୩ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୩୮୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୩୮,୬୫୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ବୁଧବାର ସଂଧ୍ୟା ସୁଦ୍ଧା ମୋଟ ୩,୦୪,୨୯,୩୩୯ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏଥିସହିତ ଦେଶରେ ୪,୦୯,୩୯୪ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି ।

ଦେଶରେ ଦୈନିକ ସଂକ୍ରମଣ ହାର ୨.୪୧% ଏବଂ ସାପ୍ତାହିକ ହାର ୨.୧୨% ରହିଛି । ବୁଧବାର ସୁଦ୍ଧା ଦେଶରେ ୪୫.୦୯ କୋଟି ନମୁନା ପରୀକ୍ଷା କରାଯାଇସାରିଛି । ଦେଶରେ କରୋନରୁ ଆରୋଗ୍ୟ ହାର ୯୭.୩୫% ରହିଛି । ସେହିଭଳି ଗତକାଲି ସଂଧ୍ୟା ସୁଦ୍ଧା ମୋଟ ୪୧.୭୮ କୋଟି ପାନ ଟିକା ଦିଆଯାଇସାରିଛି ।

Comments are closed.