ରାଜ୍ୟରେ ୨୪ ଘଣ୍ଟାରେ ୪୧୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୩୭ ଓ ସ୍ଥାନୀୟ ସଂକ୍ରମିତ ୧୭୫ ଜଣ ରହିଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୩ ଜଣ ରହିଥିବା ଜଣାଯାଇଛି । ବାଲେଶ୍ୱର ଜିଲାରୁ ୧୧, ବରଗଡ ୫, ଭଦ୍ରକ ୬, ବଲାଙ୍ଗିର ୧, କଟକ ୪୬, ଦେବଗଡ ୭, ଢେଙ୍କାନାଳ ୪, ଗଜପତିରୁ ୪ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୨, ଜଗତସିଂହପୁର ୧୦, ଯାଜପୁର ୧୧, ଝାରସୁଗୁଡା ୧, କଳାହାଣ୍ଡି ୩, କେନ୍ଦ୍ରାପଡା ୧୦, କେନ୍ଦୁଝର ୧, ଖୋର୍ଦ୍ଧା ୧୮୯, କୋରାପୁଟରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ୧, ମୟୁରଭଞ୍ଜ ୧୪, ନୂଆପଡା ୬, ପୁରୀ ୧୧, ରାୟଗଡା ୪, ସମ୍ବଲପୁର ୮, ସୁନ୍ଦରଗଡ ୭ ଓ ଷ୍ଟେଟପୁଲରୁ ୪୪ ଜଣ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୩୩୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୪୭୪୭ ଜଣ ସକ୍ରିୟ କରୋନା ରୋଗୀ ରହିଥିବା ଜଣାଯାଇଛି ।

Comments are closed.