୪୦କିଲୋ ଗଂଜେଇ ସହ କାର ଜବତ; ଚାଲାଣକାରୀ ଫେରାର

ଫୁଲବାଣୀ,ବାଲିଗୁଡା : ରାତ୍ର କାଳିନ ପାଟ୍ରୋଲିଂ ବେଳେ ବୁଧବାର ବାଲିଗୁଡ଼ା ପୁଲିସ୍‍ ୪୦ କେଜି ଗଂଜେଇ ଜବତ କରିବା ସହିତ ଏକ କାର୍‍ ଜବତ କରିଛି ।ମାତ୍ର ପୁଲିସ୍‍ କୁ ଦେଖି ଚାଲାଣକାରୀମାନେ କାର ରଖି ଚମ୍ପଟ ମାରିଥିବା ଜଣାଯାଇଛି। ଘଟଣା ଘଟିଛି ବାଲିଗୁଡ଼ା-ବୁଡ଼ାଗୁଡ଼ା ରାସ୍ତାର ଗୋଇବାଲି ରାସ୍ତାରେ। ଏନେଇ ବାଲିଗୁନା ଥାନା କେସ୍ ନଂ ୨୦୯ା୨୦ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ବାଲିଗୁଡ଼ା ଥାନାର ଭାରପ୍ରାପ୍ତ ପ୍ରବେସନ ଅଧିକାରୀ ଅଭିନବ ଶଙ୍କର(ଆଇପିଏସ) ସୂଚନା ପ୍ରଦାନ କରିଛନ୍ତି।

ସୂଚନା ପ୍ରକାରେ, ବାଲିଗୁଡ଼ା ପୁଲିସ ତରଫରୁ ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ ଚାଲିଥିବା ବେଳେ ଏକ କାର ଦ୍ରୁତ ଗତିରେ ଦାରିଙ୍ଗବାଡ଼ି ବ୍ଲକ ବୁଡାଗୁଡ଼ା ରାସ୍ତାରେ ଯାଉଥିବାବେଳେ ସନ୍ଦେହରେ ପୁଲିସ୍‍ ଉକ୍ତ ଗାଡ଼ିକୁ ପିଛା କରିଥିଲା ।କାରର ଚାଳକ ଓ ଅନ୍ୟ ଜଣେ ଦୃତ ଗତିରେ ଯାଇ ଗୋଇବାଲି ରାସ୍ତାରେ ଗାଡ଼ି ରଖି ସେଠାରେ ଅନ୍ଧାରର ସୁଯୋଗ ନେଇ ଘଟଣା ସ୍ଥଳରୁ ଫେରାର୍‍ ହୋଇଯାଇଥିବା ପ୍ରକାଶ।

Comments are closed.