ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଅଧୀନରେ ୪ ଶହ ପଦବୀ ଖାଲି, ଜୁନ୍ ୧୫ରୁ ଆବେଦନ

ଡେସ୍କ: ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଜୁନିଅର ଏକ୍ଜିକ୍ୟୁଟିଭ୍ (ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍) ପଦ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଅନଲାଇନ୍ ଆବେଦନ ଆମନ୍ତ୍ରଣ କରିଛନ୍ତି। ଏଥିଲାଗି ଜୁନ୍ ୧୫ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଆବେଦନ କରିବାର ଶେଷ ତାରିଖ ହେଉଛି ଜୁଲାଇ ୧୪। କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ। ଆବେଦନ ପାଇଁ, ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅଫିସିଆଲ୍ ୱେବସାଇଟ୍ www.aai.aeroରେ ପୂର୍ଣ୍ଣାଙ୍ଗ ତଥ୍ୟ ଦିଆଯାଇଛି।

ଯେଉଁ ପ୍ରାର୍ଥୀମାନେ ବିଜ୍ଞାନ ଏବଂ ଗଣିତ ସହିତ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ (୩ ବର୍ଷୀୟା ନିୟମିତ) କିମ୍ବା ବିଜ୍ଞାନ ଏବଂ ଗଣିତ ସହିତ ଇଞ୍ଜିନିୟରିଂରେ ପୂର୍ଣ୍ଣକାଳୀନ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବେ୦ ୬୦% ମାର୍କ ରଖିଥିବେ, ସେମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ଏହି ପଦବୀ ପାଇଁ ଆବେଦନ କରିବା ପାଇଁ କୌଣସି ଅଭିଜ୍ଞତା ଜରୁରୀ ନୁହେଁ। ପ୍ରାର୍ଥୀମାନଙ୍କର ୧୦+୨ ସ୍ତରର ଉଭୟ କଥିତ ଏବଂ ଲିଖିତ ଇଂରାଜୀରେ ସର୍ବନିମ୍ନ ପାରଦର୍ଶୀତା ଥିବା ଉଚିତ୍। ଏହି ପଦବୀ ପାଇଁ ଆବେଦନ କରିବାକୁ ସର୍ବାଧିକ ବୟସ ସୀମା ୨୦୨୨ ଜୁଲାଇ ୧୪ ସୁଦ୍ଧା ୨୭ ବର୍ଷ ଅଟେ। ବିଭିନ୍ନ ସଂରକ୍ଷିତ ବର୍ଗରେ ବୟସ ସୀମା କୋହ୍ଲ ରହିଛି। ଏଥିରେ ୧୬୩ଟି ପଦବୀ ଅଣସଂରକ୍ଷିତ ଥିବା ବେଳେ ଅର୍ଥନୈତିକ ଦିର୍ବଳ ଶ୍ରେଣୀ ପାଇଁ ୪୦ଟି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୧୦୮ଟି, ତଫସିଲଭୁକ୍ତ ଜାତି ପାଇଁ ୫୯ଟି, ତଫସିଲଭୁକ୍ତ ଉପଜାତି ପାଇଁ ୩୦ଟି ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ୪ଟି ଆସନ, ମୋଟ ୪୦୦ଟି ପଦବୀ ଖାଲି ଅଛି। ଏହି ପଦବୀ ପାଇଁ ପେ ସ୍କେଲ ୪୦ ହଜାର ଟଙ୍କା ରହିଛି।

ଅନଲାଇନ୍ ପରୀକ୍ଷାରେ ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ଅଧିକ ସୂଚନା ପାଇଁ www.aai.aero ପରିଦର୍ଶନ କରନ୍ତୁ।

Comments are closed.