ରେଳ ଭିତ୍ତିଭୂମିକୁ ୪୦୦ ଓ ଏୟାରଷ୍ଟ୍ରିପ ପାଇଁ ୧୦୦ କୋଟି

ଭୁବନେଶ୍ଵର: ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ଲାଗି ରାଜ୍ୟ ସରକାର ୨୦୨୦-୨୧ ବଜେଟରେ ବ୍ୟୟବରାଦ କରିଛନ୍ତି। ରେଳପଥ ନିର୍ମାଣ ସାଙ୍ଗକୁ ଅନ୍ୟାନ୍ୟ ଆନୁସଙ୍ଗିକ ବିକାଶମୂଳକ କାର୍ଯ୍ୟ ଲାଗି ସରକାର ୪୦୦ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି। ଏ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ସନ୍ଧ୍ୟାରେ ବିଧାନସଭାରେ ବଜେଟ ଉପସ୍ଥାପନ କରିବା ସମୟରେ ସୂଚନା ଦେଇଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଏୟାରଷ୍ଟ୍ରିପର ନିର୍ମାଣ ଲାଗି ବଜେଟରେ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

Comments
Loading...