ଉଦ୍ଧାର ହେଲା ୪୦ହଜାର ବର୍ଷ ପୁରୁଣା ଘୋଡ଼ା

0

ନୂଆଦିଲ୍ଲୀ: ସାଇବେରିଆଠାରେ ବୈଜ୍ଞାନିକଙ୍କୁ ୪୦ବର୍ଷ ପୁରୁଣା ଛୁଆ ଘୋଡ଼ାର ଜିବାଶ୍ମ ମିଳିଛି। ସାଇବେରିଆର ବରଫାବୃତ୍ତ ଆଗ୍ନେୟଗିରି ମଧ୍ୟରେ ଥିବା ଏକ ଗୁମ୍ଫାରୁ ଏହି ଜିବାଶ୍ମକୁ ଉଦ୍ଧାର କରିଛନ୍ତି ରୂଷ ଓ ଜାପାନର ବୈଜ୍ଞାନିକ। ପ୍ରସ୍ତରଯୁଗୀୟ ଏହି ଛୁଆ ଘୋଡ଼ାର ଜିବାଶ୍ମ ଦୀର୍ଘ ୪୦ହଜାର ବର୍ଷରୁ ଉକ୍ତ ଗୁମ୍ଫାରେ ସମ୍ପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଥିଲା। ଛୁଆ ଘୋଡ଼ାର ମୃତ୍ୟୁ ବେଳକୁ ବୟସ ମାତ୍ର ୨ମାସ ହେବ ବୋଲି ଆକଳନ କରାଯାଇଛି। ରୂଷର ମେମଥ ଯାଦୁଘରେ ଏହାକୁ ସଂରକ୍ଷଣ କରାଯାଇଛି। ଅଦ୍ୟାବଧି ଅକ୍ଷତ ଅବସ୍ଥାରେ ଜିବାଶ୍ମ ସନ୍ଧାନ କ୍ଷେତ୍ରରେ ଏହି ଛୁଆ ଘୋଡ଼ା ପ୍ରଥମ। ପୂର୍ବରୁ ବୈଜ୍ଞାନିକମାନେ ପ୍ରସ୍ତରଯୁଗୀୟ ଯେତେ ଜିବାଶ୍ମର ଅନୁସନ୍ଧାନ ପାଇଥିଲେ ସେଗୁଡ଼ିକ ମୁଖ୍ୟତଃ ହାଡ଼, କଙ୍କାଳ ସଦୃଶ୍ୟ ଥିଲା। ସାଇବେରିଆର ଥଣ୍ଡା ବାତାବରଣ ହେତୁ ୪୦ହଜାର ପୁରୁଣା ଏହି ଘୋଡ଼ାକୁ ସମ୍ପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଛନ୍ତି ବୈଜ୍ଞାନିକ ଦଳ।

Leave A Reply