ନଭେମ୍ବର ୨୭ରେ ୪ ଜିଲା ପରିଷଦ ନିର୍ବାଚନ

ଭୁବନେଶ୍ଵର: ଆସନ୍ତା ନଭେମ୍ବର ୨୭ ତାରିଖରେ ୪ଟି ଜିଲା ପରିଷଦ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ସେଗୁଡ଼ିକ ହେଲା ଛତ୍ରପୁର, ଦାନଗଦି, ପଟାଙ୍ଗୀ ଓ ଦଶମନ୍ତପୁର। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାବ୍ୟତୀତ ୧୭ ପଞ୍ଚାୟତ, ୨୧ ସମିତି ସଭ୍ୟ ଏବଂ ୩୦୩ ୱାର୍ଡସଭ୍ୟ ପଦବୀ ପାଇଁ ମଧ୍ୟ ଉପନିର୍ବାଚନ ହେବ। ୨୭ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ୨୮ ତାରିଖରେ ଫଳାଫଳ ଘୋଷଣା କରାଯିବ। ନିର୍ବାଚନ ଲାଗି ଆସନ୍ତା ଅକ୍ଟୋବର ୨୯ରେ ନୋଟିସ ଜାରି ହେବ। ଅକ୍ଟୋବର ୩୧ରୁ ନଭେମ୍ବର ୨ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ।

 

Comments are closed.