ଅମରନାଥରେ ଫସିଛନ୍ତି ରାୟଗଡ଼ାର ୪ଯାତ୍ରୀ

କୋଲନାରା : ଅମରନାଥରେ ଏବେ ମଧ୍ୟ ଫସି ରହିଛନ୍ତି ରାୟଗଡ଼ା ଜିଲାର ଚାରିଜଣ ଯାତ୍ରୀ।ସେମାନେ ଯଦିଓ ନିରାପଦ ଅଛନ୍ତି ତଥାପି ସେଠାରେ ସେମାନଙ୍କୁ ଖାଦ୍ୟପେୟ ଏପରିକି ପିଇବା ପାଣି ମଧ୍ୟ ଠିକ୍ ଭାବେ ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ ରାୟଗଡ଼ା ଓ ଗଜପତି ଜିଲାର ୧୭ଜଣ ଯାତ୍ରୀ ଅମରନାଥ ଅଭିମୁଖେ ଯାତ୍ରା କରିଥିଲେ।୫ ତାରିଖ ଦିନ ତାଙ୍କର ଦର୍ଶନ କରିବା ପାଇଁ ସ୍ଥିର ହୋଇଥିଲା । ସେମାନେ ଚାରି ତାରିଖ ଦିନ ସେଠାରେ ପହଞ୍ଚିଥିଲେ। ତେବେ ବର୍ଷା ଯୋଗୁଁ  ୪ରୁ ୭ତାରିଖ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥିଲା। ୮ତାରିଖ ପର୍ଯ୍ୟନ୍ତ ସେମାନେ ସେଠାରେ ଫସି ରହିଥିଲେ। ସୌଭାଗ୍ୟବଶତଃ ସେମାନେ ଦର୍ଶନ ସାରି ଫେରୁଥିବାବେଳେ ବାଦଲ ଫଟା ବର୍ଷା ହୋଇଥିଲା। ସେମାନେ ଜୀବନ ବଞ୍ଚାଇ ଫେରି ଆସିଥିଲେ ହେଁ ମାଟି ଅତଡ଼ା ଧସିବାରୁ ସେଠାରେ ଶହଶହ ଯାତ୍ରୀ ଫସି ରହିଥିଲେ। ସେମାନଙ୍କ ସହ ରାୟଗଡ଼ାର ୪ଜଣ ଯାତ୍ରୀ ଫସି ରହିଛନ୍ତି। ରାୟଗଡ଼ାରୁ ଯାଇଥିବା ‘ସମାଜ’ ସାମ୍ବାଦିକ ସନ୍ତୋଷ କୁମାର ପାଣିଗ୍ରାହୀଙ୍କୁ ସେମାନେ ନିରାପଦ ଥିବା ସୂଚନା ଦେଇଥିଲେ ହେଁ ସେମାନଙ୍କୁ ଠିକ ଭାବେ ଖାଦ୍ୟପେୟ, ପାନୀୟ ଜଳ ମିଳୁ ନ ଥିବା ପ୍ରକାଶ କରିଛନ୍ତି । ଜୀବନ ବଞ୍ଚାଇ ଫେରି ଆସିଥିଲେ ହେଁ ଜମ୍ମୁରେ ସେମାନଙ୍କ ସମସ୍ତ ଜିନିଷପତ୍ର ରହିଯାଇଥିବାବେଳେ ସେଠାକୁ ଯିବା ପାଇଁ ସରକାରୀ ସହାୟତା ପ୍ରଦାନ କରିବାକୁ ସେମାନେ ଆକୁଳ ନିବେଦନ କରିଛନ୍ତି।

ତେବେ ହସ୍ତଗତ ହୋଇଥିବା ସର୍ବ ଶେଷ ଖବର ଅନୁସାରେ ଏହି ଭାଇମାନଙ୍କ ସହ ଆମର ସିଆରପିଏଫ ଯବାନ ଭାଇ କଥା ହୋଇଛନ୍ତି  ଆଉ ସେମାନଙ୍କୁ କ୍ୟାମ୍ପରେ ରହିବା ପାଇଁ କହିଛନ୍ତି। ବର୍ତ୍ତମାନ ସେହି ଭକ୍ତ ଭାଇମାନେ ବାଲଟାଲ କ୍ୟାମ୍ପରେ ରାତି ରହିବେ ଆଉ ସେମାନଙ୍କୁ ସକାଳୁ ପାହାନ୍ତିଆ ବେଳେ ଯେଉଁ ଗାଡି ଅଛି ସେହି ଗାଡ଼ିରେ ଜାମ୍ମୁ ଯିବା ପାଇଁ କହିଛନ୍ତି । ସେମାନେ ବର୍ତ୍ତମାନ ସୁରକ୍ଷିତ ସ୍ଥାନରେ ଅଛନ୍ତି। ଆଉ ଖାଇବା ରହିବା ଓ ରାତ୍ରି ଯାପନ କରିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି ।

Comments are closed.