ମଙ୍ଗୁମଠ ଉଚ୍ଛେଦ ପ୍ରତିବାଦ: ଛାତରେ ଚଢି ୪ ଶିଖ୍‌ଙ୍କ ଆତ୍ମହତ୍ୟା ଉଦ୍ୟମ

ପୁରୀ: ଶ୍ରୀମନ୍ଦିର ନିକଟବର୍ତ୍ତୀ ମଙ୍ଗୁମଠ ଭଙ୍ଗା ପ୍ରତିବାଦରେ ଗୁରୁବାର ୪ ଜଣ ଶିଖ୍ ଧର୍ମାବଲମ୍ବୀ ମଠ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସିଂହଦ୍ବାର ଥାନା ପୁଲିସ ସେମାନଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳ ଥାନାରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛନ୍ତି।
ସୂଚନା ଅନୁସାରେ, ଶିଖ୍ ଧର୍ମ ଓ ଐତିହ୍ୟ ସହ ମଙ୍ଗୁମଠ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଚଳିତ ବର୍ଷ ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ପାଳନ କରାଯାଉଛି। ଅନ୍ୟପକ୍ଷରେ ଆଜି ଗୁରୁ ଗୋବିନ୍ଦ ସିଂହଙ୍କ ଜୟନ୍ତୀ ଅବସରରେ ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଥିବା ମଙ୍ଗୁମଠ ଛାତ ଉପରେ ଚଢି ୪ ଜଣ ଶିଖ୍ ଧର୍ମାବଲମ୍ବୀ ପତାକା ଓ ଖଣ୍ଡା ରଖିବା ସହ ଗୁରୁ ନାନକଙ୍କ ବାଣୀ ପାଠ କରିଥିଲେ। ଖବର ପାଇବା ପରେ ପୁଲିସ ସେଠାରେ ପହଞ୍ଚି ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରି ନେଇଥିଲା। ଏହାପରେ ଅନ୍ୟମାନେ ଉତ୍ୟକ୍ତ ହୋଇପଡ଼ିଥିଲେ ଏବଂ ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା ଧମକ ଦେଇଥିଲେ।

 

Comments are closed.