ଦିନ ୪ଟା ମୁଖ୍ୟ ଖବର

ବଡ଼ ଖବର :

# ଚନ୍ଦ୍ରଯାନ-୨ ଅର୍ବିଟରରୁ ଲ୍ୟାଣ୍ଡର ବିକ୍ରମକୁ ଆଜି ଅଲଗା କରାଯାଇଛି।

# ଇସ୍ରୋରୁ ମିଳିଥିବା ସୂଚନା ଅନୁସାରେ ୧୨ଟା ୪୫ ମିନିଟରୁ ଗୋଟାଏ ୪୫ ମିନିଟ୍‍ ମଧ୍ୟରେ ଏହି କାର୍ଯ୍ୟ ସଂପନ୍ନ ହୋଇଛି। ଲ୍ୟାଣ୍ଡର ବିକ୍ରମ ଅଲଗା ହୋଇଯିବା ପରେ ଏହା ଚନ୍ଦ୍ରପୃଷ୍ଠ ଆଡ଼କୁ ଗତି କରୁଛି।

# କୁଳଭୂଷଣ ଯାଦବଙ୍କ ପାଖକୁ କୂଟନୀତିଜ୍ଞମାନଙ୍କୁ ପଠାଇବା ପାଇଁ ପାକିସ୍ତାନର ପ୍ରସ୍ତାବକୁ ଭାରତ ଗ୍ରହଣ କରିଛି, ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି ଚାର୍ଜ ଡି ଆଫେୟାର୍ସ ଗୌରବ ଆଲୁୱାଲିଆ ଆଜି କୁଳଭୂଷଣ ଯାଦବଙ୍କୁ ସାକ୍ଷାତ କରିବେ।

# ସ୍ଥଳଭାଗ ମରୁଭୂମିରେ ପରିଣତ ହେବାକୁ ରୋକିବା ସଂକ୍ରାନ୍ତ ଜାତିସଂଘ ସମ୍ମିଳନୀ ଚତୁର୍ଦ୍ଦଶ କନ୍‍ଫରେନ୍ସ ଅଫ୍‍ ପାର୍ଟିଜ୍‍- କୋପ-୧୪ ଆଜି ଅପରାହ୍ନରେ ଗ୍ରେଟର ନୋଇଡାରେ ଆରମ୍ଭ ହେବ।

# ଆଜି ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପୂଜା। ପୁରପଲ୍ଲୀ ସହ ଶିକ୍ଷାନୁଷ୍ଠାନରେ ଉତ୍ସବର ପରିବେଶ।

# ମହାରାଷ୍ଟ୍ରରେ ଧାର୍ମିକ ମନୋଭାବ ଓ ଆନନ୍ଦ ଉଲ୍ଲାସ ସହକାରେ ଦଶଦିନ ବ୍ୟାପି ଗଣେଶ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି।

# ତାମିଲନାଡୁରେ ତ୍ରିଚିସ୍ଥିତ ପ୍ରସିଦ୍ଧ ଗଣେଶ ମନ୍ଦିରଠାରେ ଗଣେଶୋତ୍ସବ ଆରମ୍ଭ ହୋଇଛି। ସେଠାରେ ଦେଢ଼ଶହ କିଲୋଗ୍ରାମ ଓଜନର ଏକ ବିଶାଳ ଲଡ଼ୁ ଭୋଗ ଲଗାଯାଇଥାଏ।

# ପୁରୀ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

# ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ ବିଧିବଦ୍ଧ ଭାବେ ଆଜିଠାରୁ ଆରମ୍ଭ ହୋଇଛି। ଦଳୀୟ ମୁଖ୍ୟାଳୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

# କିଙ୍ଗ୍‍ଷ୍ଟନ ଟେଷ୍ଟରେ ଭାରତ ୱେଷ୍ଟଇଣ୍ଡିଜ୍‍ ପାଇଁ ୪୬୮ ରନ୍‍ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି।

ଆଞ୍ଚଳିକ:

# ଆଜି ବିଶ୍ବ ନାରୀକେଳ ଦିବସ ଅବସରରେ ଭୁବନେଶ୍ୱରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଯୋଗଦେଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର

# ନୂଆ ମୋଟରଯାନ ଆଇନ୍‍ ଲାଗୁ ହେବାପରେ ଟ୍ରାଫିକ ନିୟମ କଡ଼ାକଡ଼ି ହୋଇଛି। ଗତକାଲିଠାରୁ ଏହି ଆଇନ୍‍ ଅନୁସାରେ ଟ୍ରାଫିକ୍‍ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ବର୍ଦ୍ଧିତ ଜରିମାନା ଆଦାୟ କରାଯାଉଛି।

# ପ୍ରଥମ ଦିନରେ କେବଳ ଟୁଇନ୍‍ସିଟି ଭୁବନେଶ୍ୱର ଓ କଟକରୁ ୨ ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଆଦାୟ ହୋଇଥିବା କମିଶନରେଟ୍‍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

# ଆଜି ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପୂଜା। ପୁରପଲ୍ଲୀ ସହ ଶିକ୍ଷାନୁଷ୍ଠାନରେ ଉତ୍ସବର ପରିବେଶ।

# ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ।

# ବଙ୍ଗୋପସାଗରରେ ଏକ ସାନି ଲଘୁଚାପ ସୃଷ୍ଟି ହୋଇଥିବାରୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ସତର୍କତା ଜାରି କରିଛି।

# ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କେତେକସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା।

ଜାତୀୟ:

# ଚନ୍ଦ୍ରଯାନ-୨ ଅର୍ବିଟରରୁ ଲ୍ୟାଣ୍ଡର ବିକ୍ରମକୁ ଆଜି ଅଲଗା କରାଯାଇଛି, ଇସ୍ରୋରୁ ମିଳିଥିବା ସୂଚନା ଅନୁସାରେ ୧୨ଟା ୪୫ ମିନିଟରୁ ଗୋଟାଏ ୪୫ ମିନିଟ୍‍ ମଧ୍ୟରେ ଏହି କାର୍ଯ୍ୟ ସଂପନ୍ନ ହୋଇଛି। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠ ଆଡ଼କୁ ଗତି କରୁଛି।

# କୁଳଭୂଷଣ ଯାଦବଙ୍କ ପାଖକୁ କୂଟନୀତିଜ୍ଞମାନଙ୍କୁ ପଠାଇବା ପାଇଁ ପାକିସ୍ତାନର ପ୍ରସ୍ତାବକୁ ଭାରତ ଗ୍ରହଣ କରିଛି, ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି ଚାର୍ଜ ଡି ଆଫେୟାର୍ସ ଗୌରବ ଆଲୁୱାଲିଆ ଆଜି କୁଳଭୂଷଣ ଯାଦବଙ୍କୁ ସାକ୍ଷାତ କରିବେ।

# ଜାପାନ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାପାନ ପ୍ରତିରକ୍ଷାମନ୍ତ୍ରୀ ତାକେସି ଇୱାୟାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଟୋକିଓରେ ଆଲୋଚନା କରିଛନ୍ତି।

# ଆୟକର ରିଟର୍ଣ୍ଣ ଦାଖଲରେ ରେକର୍ଡ, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆୟକର ଦାଖଲ କରିବାର ଶେଷ ତାରିଖ ଗତକାଲି ସୁଦ୍ଧା ୫ କୋଟି ୬୫ ଲକ୍ଷ କରଦାତା ସେମାନଙ୍କର ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି, ଗତବର୍ଷ ତୁଳନାରେ ଏହି ସଂଖ୍ୟାରେ ଶତକଡ଼ା ୪ ଭାଗ ବୃଦ୍ଧି ଘଟିଛି।

# ସ୍ଥଳଭାଗ ମରୁଭୂମିରେ ପରିଣତ ହେବାକୁ ରୋକିବା ସଂକ୍ରାନ୍ତ ଜାତିସଂଘ ସମ୍ମିଳନୀ ଚତୁର୍ଦ୍ଦଶ କନ୍‍ଫରେନ୍ସ ଅଫ୍‍ ପାର୍ଟିଜ୍‍- କୋପ-୧୪ ଆଜି ଅପରାହ୍ନରେ ଗ୍ରେଟର ନୋଇଡାରେ ଆରମ୍ଭ ହେବ।

# ମହାରାଷ୍ଟ୍ରରେ ଧାର୍ମିକ ମନୋଭାବ ଓ ଆନନ୍ଦ ଉଲ୍ଲାସ ସହକାରେ ଦଶଦିନ ବ୍ୟାପି ଗଣେଶ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି।

# ତାମିଲନାଡୁରେ ତ୍ରିଚିସ୍ଥିତ ପ୍ରସିଦ୍ଧ ଗଣେଶ ମନ୍ଦିରଠାରେ ଗଣେଶୋତ୍ସବ ଆରମ୍ଭ ହୋଇଛି। ସେଠାରେ ଦେଢ଼ଶହ କିଲୋଗ୍ରାମ ଓଜନର ଏକ ବିଶାଳ ଲଡ଼ୁ ଭୋଗ ଲଗାଯାଇଥାଏ।

# କିଙ୍ଗ୍‍ଷ୍ଟନ ଟେଷ୍ଟରେ ଭାରତ ୱେଷ୍ଟଇଣ୍ଡିଜ୍‍ ପାଇଁ ୪୬୮ ରନ୍‍ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି।

ଆନ୍ତର୍ଜାତୀୟ:

# ଫିଲିପାଇନ୍ସରେ ଏକ ଏୟାର ଆମ୍ବୁଲାନ୍ସ  ଦୁର୍ଘଟଣାରେ ୯ ଜଣ ଲୋକ ପ୍ରାଣ ହରାଇଛନ୍ତି। ଫିଲିପାଇନ୍ସ ରାଜଧାନୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ବିମାନରେ ଲାଗିଥିବା ନିଆଁକୁ ଲିଭାଯିବା ପରେ ୯ଟି ମୃତଦେହ ମିଳିଛି।

# ୟେମେନରେ ମିଳିତ ସାଉଦିର ସେନା ଆକ୍ରମଣରେ ୧୦୦ରୁ ଅଧିକ ଲୋକଭ୍କର ମୃତ୍ୟୁ ଘଟିଥିବା ରେଡକ୍ରସ ପକ୍ଷରୁ କୁହାଯାଇଛି।

Comments are closed.