MEllora 950×100

ଅପରାହ୍ନ ୪ଟା ମୁଖ୍ୟ ଖବର

ଘନୀଭୂତ ହେଉଛି ଗଭୀର ଅବପାତ.. ଦକ୍ଷିଣ- ପୂର୍ବ ପାଶ୍ୱର୍ବତ୍ତୀ ଦକ୍ଷିଣ -ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି .. ଆଜି ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବା ସମ୍ଭାବନା .. ପ୍ରଭାବରେ ଆସନ୍ତା ୧୦ ଓ ୧୧ରେ ଦକ୍ଷିଣ ଓଡିଶାର କିଛି  ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ରହିଛି ବର୍ଷା ସମ୍ଭାବନା ..

ସଂସଦର ଶୀତକାଳୀନ ଅଧିବେଶନର ଆଜି ପ୍ରଥମ ଦିବସ .. ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୀତକାଳୀନ ଅଧିବେଶନକୁ ସଫଳ କରିବା ଲାଗି ରାଜନୈତିକ ଦଳଗୁଡିକୁ ମିଳିତ ଭାବେ ଉଦ୍ୟମ କରିବାକୁ ଅନୁରୋଧ କରିଛନ୍ତି

ଭାରତକୁ ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ମିଳିବା ବହୁତ ବଡ଼ ସୁଯୋଗ : ମୋଦୀ .. ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ଭାରତ ଓ ବାଂଲାଦେଶ ଦ୍ବିତୀୟ ଦିନିକିଆ ମ୍ୟାଚ୍; ରୋହିତ ଶର୍ମା ଆହତ

ବଢିଲା ରେପୋ ରେଟ୍‌‌.. ରେପୋରେଟ୍‌‌ ବୃଦ୍ଧି ପରେ ପୁଣି ମହଙ୍ଗା ହେବ ଋଣ.. ରେପୋରେଟ୍‌‌ ୦.୩୫%କୁ ବୃଦ୍ଧି କଲା ଆର୍‌‌ବିଆଇ.. ରେପୋ ରେଟ୍‌‌ ୩୫ ବେସିସ୍‌‌ ପଏଣ୍ଟ ବଢାଇ ୬.୨୫% କରିଥିବା ଆଜି ଆର୍‌‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି..

କେନ୍ଦୁଝରରେ ଏସଟିଏଫ୍‌ ଉପରକୁ ଫାୟାରିଂ କଲେ ଗୋରୁ ଚାଲାଣକାରୀ .. ୧୦ରୁ ୧୫ ରାଉଣ୍ଡ ଗୁଳିମାଡ଼ କରି ଗୋରୁଗାଡ଼ି ନେଇଯାଇଥିବା ସୂଚନା..  ଆତ୍ମରକ୍ଷା ପାଇଁ ଚାଲାଣକାରୀଙ୍କ ଉପରକୁ ୨ ରାଉଣ୍ଡ ଗୁଳିକଲା ଏସଟିଏଫ୍‌ ଟିମ୍‌..

Comments are closed.