ଦିନ ୪ଟା ସୁଦ୍ଧା ମୁଖ୍ୟ ସମ୍ବାଦ(୭ମେ’ ୨୦୨୧)

ଦେଶ ଖବର

ଭୋପାଳ: ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନାର ପରିସରକୁ ବୃଦ୍ଧି କରିବା ସାଙ୍ଗକୁ ଏହା ଅଧୀନରେ କରୋନା ରୋଗୀଙ୍କ ଚିକିତ୍ସାକୁ ଅନ୍ତର୍ଭୁକ୍ତ କରିଛନ୍ତି। ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଗୁରୁତର ରୋଗୀଙ୍କର କରୋନା ଚିକିତ୍ସା ପାଇଁ ଦରକାର ପଡ଼ୁଥିବା ରେମଡେସିଭିର ଇଞ୍ଜେକ୍ସନ ଏବଂ ଅମ୍ଳଜାନ ବି ଏହି ଯୋଜନାରେ ମାଗଣାରେ ଯୋଗାଇ ଦିଆଯିବ।

ମୁମ୍ବାଇ: ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର

କଲକାତା: ୩ୟ ଥର ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ବିରୋଧରେ ସାଂଘାତିକ ଅଭି​‌ଯୋଗ ଆଣିଛନ୍ତି। ରାଜ୍ୟ ପାଇ ରହିଥିବା ଅମ୍ଳଜାନ କୋଟାକୁ କେନ୍ଦ୍ର ସରକାର ଅନ୍ୟ ରାଜ୍ୟକୁ ପଠାଉଛନ୍ତି ବୋଲି ମମତା କହିଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି।

ନୂଆଦିଲ୍ଲୀ: ସଂପ୍ରତି କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରେ ଅନୁସ୍ନାତକ (ୟୁଜି) ଏବଂ ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଏହି ପରୀକ୍ଷା ଆଗାମୀ ଜୁନ-ଜୁଲାଇ ମାସରେ ଅନୁଷ୍ଠିତ ହେବ। 

ନୂଆଦିଲ୍ଲୀ: କର୍ଣ୍ଣାଟକରେ କୋଭିଡ ରୋଗୀଙ୍କ ପାଇଁ ଅଧିକ ଅମ୍ଳଜାନ ଯୋଗାଇ ଦେବାକୁ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟ ବିରୁଦ୍ଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଏର କରିଥିବା ମାମଲା ହାରିଯାଇଛନ୍ତି।

କଲକାତା: ୩ୟ ଥର ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ବିରୋଧରେ ସାଂଘାତିକ ଅଭି​‌ଯୋଗ ଆଣିଛନ୍ତି। ରାଜ୍ୟ ପାଇ ରହିଥିବା ଅମ୍ଳଜାନ କୋଟାକୁ କେନ୍ଦ୍ର ସରକାର ଅନ୍ୟ ରାଜ୍ୟକୁ ପଠାଉଛନ୍ତି ବୋଲି ମମତା କହିଛନ୍ତି।
ଭୋପାଳ: ଜଣେ ହତ୍ୟାକାରୀ, ଆଉ ଜଣେ ମୁସଲମାନ ଆମ୍ବୁଲାନ୍ସ ଚାଳକ: ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ
କରୋନାରୁ ସୁସ୍ଥ ହେବା ପରେ ତୁରନ୍ତ ବଦଳାନ୍ତୁ ଏହିସବୁ ବ୍ୟବହୃତ ଜିନିଷ
ନୂଆଦିଲ୍ଲୀ : ଦେଶରେ ଟିକାକରଣ ଅଭିଯାନ ସୁରୁଖୁରୁରେ ଆଗେଇ ଚାଲିଛି। ବିଭିନ୍ନ ବର୍ଗ ଓ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ଟିକା ନେବା ପାଇଁ ବେଶ ଆଗ୍ରହ ଦେଖିବାକୁ ମିଳୁଛି। ଶୁକ୍ରବାର ସକାଳ ସୁଦ୍ଧା ଦେଶରେ ୧୬ କୋଟି ୪୯ଲକ୍ଷ ୭୩ ହଜାରରୁ ଅଧିକ ଲୋକଙ୍କୁ କୋଭିଡ ଟିକା ଦିଆଯାଇଛି।
ରାଜସ୍ଥାନ : ରାଜସ୍ଥାନ ସରକାର କରୋନାର ଦ୍ରୁତ ଗତି ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି। ମେ’ ୧୦ ତାରିଖରୁ ସକାଳ ୫ଟାରୁ ଆରମ୍ଭ କରି ୨୪ ମେ’ ସକାଳ ୫ଟା ଯାଏଁ କଟକଣାକୁ କଡାକଡି କରିଛନ୍ତି।

ନୂଆଦିଲ୍ଲୀ: କରୋନାର ୨ୟ ତରଙ୍ଗରେ ସଂକ୍ରମିତ ରୋଗୀ ସୁସ୍ଥ ହେବା ପରେ ଏକ ନୂଆ ରୋଗର ଶିକାର ହେଉଛନ୍ତି। ଏହାର ତ୍ଵରିତ ଚିକିତ୍ସା କରା ନ କଲେ ରୋଗୀଙ୍କ ଚକ୍ଷୁ ନଷ୍ଟ ହୋଇଯାଉଛି କିମ୍ବା ମୃତ୍ୟୁମୁଖରେ ପଡୁଛନ୍ତି। ଏହି ରୋଗର ନାମ ହେଉଛି ‘ମିକୋର ମାଇକୋସିସ’। ଗୁଜରାଟର ସୁରତରେ ୧୫ ଦିନ ମଧ୍ୟରେ ୪୦ରୁ ଅଧିକ ଏପରି ମାମଲା ଦେଖିବାକୁ ମିଳିଲାଣି। ଯେଉଁଥିରୁ ୮ ରୋଗୀଙ୍କ ଚକ୍ଷୁ ନଷ୍ଟ ହୋଇଯାଇଛି।
ପୁଡୁଚେରୀ: କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏଆଇଏନ୍‌ଆରସି ମୁଖ୍ୟ ଏନ୍‌. ରଙ୍ଗସ୍ବାମୀ। ୨ୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ।

ନୂଆଦିଲ୍ଲୀ: ଦେଶରେ ଟିକାକରଣ ଅଭିଯାନରେ ଶୁକ୍ରବାର ସକାଳ ସୁଦ୍ଧା ଦେଶରେ ୧୬ କୋଟି ୪୯ଲକ୍ଷ ୭୩ ହଜାରରୁ ଅଧିକ ଲୋକଙ୍କୁ କୋଭିଡ ଟିକା ଦିଆଯାଇଛି।

ରାଜ୍ୟ ଖବର

ବୁର୍ଲା : ପୁଣି ଆଜି ୧୦ ଜଣ କରୋନା ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ଭିମସାର କୋଭିଡ଼ ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି।

ରାମନାଗୁଡା : ଆଜି ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ କୋଭିଡ-୧୯ ପ୍ରମୁଖ ଯୋଦ୍ଧା ଗଣମାଧ୍ୟମ ପ୍ରତିିନିଧିଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକାକରଣ ପ୍ରଦାନ କରାଯାଇଛି  । କୋଭିଡ-୧୯ ନିର୍ଦ୍ଦେଶାବଳୀକୁ ପାଳନ କରି ଶୃଙ୍ଖଳିତ ଭାବେ ପ୍ରଥମ ପର୍ଯ୍ୟାୟରେ ୪ଜଣ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଥମ ଡୋଜ୍ ଟୀକାକରଣ କରିଥିଲେ ।

ଭୁବନେଶ୍ୱର: କୋଭିଡ୍‌ ମହାମାରୀ ମୁକାବିଲା ପାଇଁ  ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ସଙ୍ଗରୋଧ ନିମନ୍ତେ ନଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ  ୨୦୨୦ ଏପ୍ରିଲରୁ ବ୍ୟବହାର କରିଆସୁଥିଲେ। ଏହାର ଭଡ଼ା ବାବଦ ଦେୟ ୨ କୋଟି ୧୬ ହଜାର ଟଙ୍କା ଥିବାବେଳେ ଓଡ଼ିଶା ସରକାର ତାହାକୁ ଛାଡ଼ କରିଛନ୍ତି। ମହାମାରୀର ଏ ବିପଦ ସମୟରେ ମାନଵିକତା ତଥା ମୁମ୍ବାଇର ଜନସାଧାରଣଙ୍କ ପ୍ରତି ସଦିଚ୍ଛା ପୂର୍ଣ୍ଣ ମନୋଭାବ ପ୍ରଦର୍ଶନ ପୂର୍ବକ ଓଡ଼ିଶା ଭବନ ଭଡା ଦେୟକୁ ସମ୍ପୂର୍ଣ୍ଣ ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ବୁର୍ଲା :  ବିଶିଷ୍ଟ ନାଟ୍ୟକାର ତଥା ନିର୍ଦ୍ଦେଶକ ଡ଼. ପଞ୍ଚାନନ ମିଶ୍ର(୭୧)ଙ୍କ ଆଜି ବୁର୍ଲା କୋଭିଡ଼ ଡ଼ାକ୍ତରଖାନାରେ ଦେହାନ୍ତ ହୋଇଛି। ସେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିଲେ।

ଭୁବନେଶ୍ୱର:  କୋଭିଡ ମହାମାରୀ ସମୟରେ ଅନ୍‍ଲାଇନ ସ୍ୱାସ୍ଥ୍ୟସେବା

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ  ୧୨,୨୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୯୧୪ ଜଣ ସଂଗରୋଧରୁ ଏବଂ ୫୩୨୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରୁ ସର୍ବାଧିକ ୨୦୭୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ବର:  ରାଜ୍ୟରେ ଆଜି ଆଉ ୧୯ କୋରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଓ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୪ ଜଣ ଲେଖାଁଏ ଏବଂ ଗଞ୍ଜାମ ଓ ପୁରୀ ଜିଲ୍ଲାରେ ୨ ଜଣ ଲେଖାଁଏ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨,୧୪୦କୁ ବୃଦ୍ଧି ପାଇଛି।

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ୧୪ ଦିନିଆ ତାଲାବନ୍ଦ ଘୋଷଣା କରିଥିଲେ ହେଁ ଅନେକ ଲୋକ ଏହାକୁ ମାନୁନାହାନ୍ତି। ଯାହାଫଳରେ ତାଲାବନ୍ଦ ସତ୍ବେ ରାଜ୍ୟରେ ସଂକ୍ରମିତ ଏବଂ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଖୋର୍ଦ୍ଧା ଓ କଟକ ଜିଲାରେ ଯଥାକ୍ରମେ ୧୮୨୮ ଓ ୯୧୬ ନୂଆ ସଂକ୍ରମିତ ବାହାରିଛନ୍ତି।

ପୁରୀ:  କରୋନା କାୟା ସାରା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ପୁରୀ ଜିଲା କାକଟପୁରରେ ଏକ ନକଲି କରୋନା ପରୀକ୍ଷାକେନ୍ଦ୍ର ଠାବ ହୋଇଛି। ପୁଲିସ କେନ୍ଦ୍ରଟିକୁ ସିଲ କରିବା ସହିତ ବହୁ ଉପକରଣ ଓ ନକଲି ପରୀକ୍ଷା ରିପୋର୍ଟ ଜବତ କରିଛି। ଠକେଇ ଓ ଜାଲିଆତି ଅଭିଯୋଗରେ ପ୍ରକାଶ ଦାସଙ୍କୁ ଗିରଫ କରାଯାଇଛି।

Comments are closed.