ମାଟି କାନ୍ଥ ଭୁଶୁଡି ୪ ଆହତ

0

ବାଙ୍କୀ: ମାଟି କାନ୍ଥ ଭୁଶୁଡି ଗୋଟିଏ ପରିବାରର ୪ଜଣ ଆହତ ହୋଇଛନ୍ତି। ଏହି ଅଭାବନୀୟ ଘଟଣା ବାଙ୍କୀ ତାଳବସ୍ତ ଭିଜିପୁର ଗ୍ରାମରେ ଘଟିଛି। ବୁଧବାର ରାତିରେ ପରିବାର ଲୋକ ଶୋଇଥିବା ବେଳେ ତାଙ୍କ ଉପରେ ମାଟି କାନ୍ଥ ପଡି ଯାଇଥିଲା। ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ୩ବର୍ଷର ଶିଶୁ ପୁତ୍ର ଥିବାର ସୂଚନା ମିଳିଛି।

Comments
Loading...