ବଦଳିଲେ ୪ ଓଏଏସ; ମାୟାଧର ବେହେରା ବିଏମସି ଉପ କମିଶନର ନିଯୁକ୍ତ

ରାଜ୍ୟ ସରକାର ରବିବାର ଓଏଏସସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି । ବାଙ୍କ ଅତିରିକ୍ତ ଉପଜିଲାପାଳ ମାୟାଧର ବେହେରାଙ୍କୁ ଭୁବନେଶ୍ବର ମହାନଗର ନିଗମ ଉପ କମିଶନର ଭାବରେ ନିଯୁକ୍ତି ଦେଇଛନ୍ତି । ସେହିପରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ସଚିବ ଶୈଳେନ୍ଦ୍ର ଦ୍ବିବେଦୀଙ୍କୁ ପିଇ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ ଭାବରେ ବଦଳି କରିଛନ୍ତି । ସେହିପରି ଢ଼େଙ୍କାନାଳ ଏଡ଼ିଏମ୍ ସୌଦାମିନୀ ସେଠୀଙ୍କୁ ଅବକାରୀ ବିଭାଗ ଯୁଗ୍ମ ସଚିବ, ଅବକାରୀ ବିଭାଗ ଯୁଗ୍ମ ସଚିବ ସାଇଦତ୍ତ ବିପ୍ଲବ କେଶରୀ ପ୍ରଧାନଙ୍କୁ ଢ଼େଙ୍କାନାଳ ଏଡ଼ିଏମ୍ ଭାବରେ ନିଯୁକ୍ତି ଦେଇଛନ୍ତି ।

Comments are closed.