ଗଞ୍ଜାମରେ ୪ ପଜିଟିଭ, ସପ୍ତାହରେ ୨୬

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଶୁକ୍ରବାର ଜିଲାରେ ୪ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ଶନିବାର ସୂଚନା ଦିଆଯାଇଛି । ଏଥିସହ ଜିଲାରେ ମାତ୍ର ଗୋଟିଏ ସପ୍ତାହ ଭିତରେ ୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେଣି ।

ଗତ ମାର୍ଚ୍ଚ ୧୩ ତାରିଖରେ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପରେ ୧୪ ତାରିଖରେ ୨ଜଣ, ୧୫ ତାରିଖରେ ୩ଜଣ, ୧୬ ତାରିଖରେ ୩ଜଣ, ୧୭ ତାରିଖରେ ୨ଜଣ ଏବଂ ୧୮ ତାରିଖରେ ୬ଜଣ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତା ବଢ଼ାଇଛି ।

ତେବେ ମାର୍ଚ୍ଚ ୧୩ ତାରିଖ ପୂର୍ବରୁ ସ୍ଥିତି ନିୟନ୍ତ୍ରଣରେ ରହିଥିଲା । କାରଣ ମାର୍ଚ୍ଚ ୧୩ରେ କେହି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିବା ବେଳେ ୧୧ ଏବଂ ୧୨ ତାରିଖରେ ଜଣେ ଲେଖାଏଁ ଚିହ୍ନଟ ହୋଇଥିଲେ । ମାର୍ଚ୍ଚ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଦୈନିକ ଆକ୍ରାନ୍ତଙ୍କ ସଂଖା ଶୂନ ଥିଲା । ମାର୍ଚ୍ଚ ୪ ତାରିଖରେ ୩ଜଣ ଏବଂ ମାର୍ଚ୍ଚ ୩ ଏବଂ ୨ ତାରିଖରେ ମାତ୍ର ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମାର୍ଚ୍ଚ ପହିଲାରେ କେହି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ ।

Comments are closed.