ଭୁବନେଶ୍ଵରରୁ ନୂଆ ୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି ।


ଆକ୍ରାନ୍ତଙ୍କ ମଧ୍ୟରେ ଏମସ ହସ୍ପିଟାଲର ଜଣେ କର୍ମଚାରୀ ରହିଥିବା ବେଳେ  ଆଇଗିଣିଆ ଓ ଡୁମୁଡ଼ୁମାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡୁମୁଡୁମା ଆକ୍ରାନ୍ତ ଜଣକ କଳିଙ୍ଗବିହାର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ଅନ୍ୟ ଜଣେ ସଂକ୍ରମିତ ହୋମ୍ କ୍ୱାରେଣ୍ଟିନରେ ଥିଲେ । ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ଓ ପଡ଼ୋଶୀ କ୍ୱାରେଣ୍ଟିନରେ ରହିବେ ।

Comments are closed.