ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ମୃତ; ମୋଟ ମୃତ୍ୟୁ ସଂଖ୍ୟା ୮୧୧୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କଟକ ଜିଲାରେ ୨, ଯାଜପୁର ଓ ଜଗତସିଂହପୁର ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ରହିଛନ୍ତି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୧୧୮କୁ ବୃଦ୍ଧିପାଇଛି। କେବଳ କେରଳକୁ ବାଦ୍‍ ଦେଇ ସମଗ୍ର ଦେଶ ଏବଂ ଓଡ଼ିଶାରେ ନୂଆ ସଂକ୍ରମଣ ଓ କରୋନା ଜନିତ ମୃତ୍ୟୁସଂଖ୍ୟା ହ୍ରାସ ପାଉଛି। ଦେଶରେ ତୃତୀୟ ଲହର ନଆସିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଇତିମଧ୍ୟରେ କହିଛନ୍ତି।

Comments are closed.