ବିବାହର ୪ ମାସ ପରେ ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା

0

ଭଦ୍ରକ: ବିବାହକୁ ଚାରି ମାସ ନ ପୁରୁଣୁ ବିଷ ପିଇ ସ୍ୱାମୀ ଓ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଶ୍ୟାମପୁର ଗ୍ରାମରେ। ମୃତ ସ୍ୱାମୀ ଓ ସ୍ତ୍ରୀ ହେଲେ ଧର୍ମେନ୍ଦ୍ର ତ୍ରିପାଠୀ ଓ ପୁର୍ଣ୍ଣିମା ତ୍ରିପାଠୀ। ପୁର୍ଣ୍ଣିମାଙ୍କ ଘର କଟକ ଜିଲା ଆଠଗଡ ଅଞ୍ଚଳରେ ଜଣା ପଡିଛି। ସେ ଚାରି ମାସ ତଳେ ଧର୍ମେନ୍ଦ୍ରଙ୍କୁ ବିବାହ କରିଥିଲେ। ଦୁଇ ଦିନ ତଳେ ଧର୍ମେନ୍ଦ୍ର ଶ୍ୱଶୁର ଘରୁ ଫେରିଥିଲେ। ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ବିଷ ପିଇ ଦେଇଥିବା ପୂର୍ଣ୍ଣିମା ଶ୍ୱଶୁରଙ୍କୁ କହିଥିଲେ। ଧର୍ମେନ୍ଦ୍ରଙ୍କୁ ପରିବାର ଲୋକେ ପ୍ରଥମେ ଧର୍ମେନ୍ଦ୍ରଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ପୁର୍ଣ୍ଣିମା ମଧ୍ୟ ବିଷ ପିଇ ଦେଇଥିଲେ। ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଗୋଟିଏ ଆମ୍ବୁଲାନ୍ସରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଧର୍ମେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁର୍ଣ୍ଣିମାଙ୍କୁ କଟକ ବଡ ମେଡିକାଲ ନେବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଉଭୟ ସ୍ବାମୀ ଓ ସ୍ତ୍ରୀ ଆତ୍ମହତ୍ୟା କରିଥିବାର କାରଣ ଜଣା ପଡି ନାହିଁ। କୌଣସି ପାରିବାରିକ କଳହରୁ ଉଭୟ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି।

Leave A Reply