କରୋନା: ଆଖି ବୁଜିଲା ୪ ମାସର ଶିଶୁ

କୋଝିକୋଡ: କେରଳରେ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଏକ ୪ ମାସର ଶିଶୁର ମୃତ୍ୟୁ ଘଟିଛି। ଗତ ଗୁରୁବାର ପିଲାଟିର କରୋନା ରିପୋର୍ଟ ପଜିଟିଭ ଆସିଥିବାବେଳେ ଶୁକ୍ରବାର ସେ କୋଝିକୋଡ ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି। ସେ ନିମୋନିଆରେ ମଧ୍ୟ ଆକ୍ରାନ୍ତ ଥିଲା ବୋଲି ମଲ୍ଲପରମ ଜିଲା ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି।

ନିକଟରେ ପିଲାଟି ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରିବାକୁ ତାକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ଅନ୍ୟ ଏକ ହସ୍ପିଟାଲକୁ ନିଆଯାଇଥିଲା। ଶେଷରେ ଗତ ୨୧ ତାରିଖରେ ତାଙ୍କୁ କୋଝିକୋଡ ମେଡିକାଲ କଲେଜକୁ ଅଣାଯାଇଥିଲା। ପିଲାଟି ଗତ ୩ମାସ ଧରି ହୃଦ୍‌ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥାଇ ଘରେ ଚିକିତ୍ସିତ ହେଉଥିଲା। ତେବେ ଶିଶୁଟି କରୋନା​‌ରେ କିପରି ଆକ୍ରାନ୍ତ ହେଲା ତାହା ଜଣାପଡ଼ିନାହିଁ। ତା’ ମା’ବାପା କିମ୍ବା କୌଣସି ସମ୍ପର୍କୀୟଙ୍କ ରିପୋର୍ଟ ପଜିଟିଭ ଆସିନାହିଁ। କେରଳରେ ବର୍ତ୍ତମାନ ସୁଦ୍ଧା ୪୪୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୧୨୯ ଜଣ ଚିକିତ୍ସାଧୀନ ଅଛନ୍ତି। ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.