ସେନା ଗୁଳିରେ ୪ ଆତଙ୍କବାଦୀ ନିହତ, ଘଟଣାସ୍ଥଳରେ ଦୁର୍ଘଟଣାରେ ୨ ସୈନ୍ୟ ସହିଦ

ଡେସ୍କ: ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଆଜି ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୪ ଜଣ ଲଶ୍କର-ଇ-ତୋଇବା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀ ଲୁଚିଥିବା ସୂଚନା ପରେ ସୁରକ୍ଷା କର୍ମୀଙ୍କ ଯାଞ୍ଚ କାର୍ଯ୍ୟ ଚାଲିଥିବା ବେଳେ ସମ୍ପୃକ୍ତ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।

ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି, ମୃତକ ୪ ଆତଙ୍କବାଦୀ ପ୍ରଥାମର ଗୁଳି ଚଳାଇଥିଲେ। ଏହି ୪ ଜଣ ଏଲଇଟି ସହ ସମ୍ପୃକ୍ତ। ମିଳିତ ସୁରକ୍ଷା ବାହିନୀ ସନ୍ଦିଗ୍ଧ ସ୍ଥାନକୁ ଘେରି ରହିଥିବା ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ପ୍ରାରମ୍ଭିକ ଗୁଳି ବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ପରେ ଆଉ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ, ଶୋପିଆନ୍ ଏନକାଉଣ୍ଟର ସ୍ଥଳକୁ ଯାଉଥିବା ସମୟରେ ସୁରକ୍ଷା ବାହିନୀର ଗାଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଯେଉଁଥିରେ ଦୁଇ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା।

Comments are closed.