ବାଲି ଛତୁ ଖାଇ ଗୋଟିଏ ପରିବାରର ୪ ଅସୁସ୍ଥ

ଜି.ଉଦୟଗିରି : ଜି.ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦର ୧ ନଂ ଓ୍ବାର୍ଡ ପଦାସାହିର ଗୋଟିଏ ପରିବାରର ୪ ଜଣ ମଧ୍ୟାହ୍ନ ସମୟରେ ବାଲି ଛତୁ ଖାଇ ଅସୁସ୍ଥ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଶନିବାର ପଦାସାହି ନିବାସୀ ରାଧିକା ପ୍ରଧାନ ଜଙ୍ଗଲକୁ ଯାଇ କିଛି ବାଲି ଛତୁ ଆଣିଥିଲେ। ମଧ୍ୟାହ୍ନରେ ଛତୁ ରାନ୍ଧି ପରିବାରର ସମସ୍ତେ ଖାଇଥିଲେ। ପରେ ପରିବାରର ୪ ସଦସ୍ୟ ରାଧିକା ପ୍ରଧାନ (୪୫), ଗୋବର୍ଦ୍ଧନ ପ୍ରଧାନ(୫୦), ଜେନାମଣି ପ୍ରଧାନ(୭୦), ବିବେକା ପ୍ରଧାନ(୨୫) ଅସୁସ୍ଥ ହୋଇ ପଡିଥିବା ଜଣାପଡିଛି।

Comments are closed.