କମିଟି ଗଠନ କଲେ ସୋନିଆ

ନୂଆଦିଲ୍ଲୀ : କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ, ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳ ପରିଚାଳନା କ୍ଷେତ୍ରରେ ତାଙ୍କୁ ସହଯୋଗ ପାଇଁ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ଉପରେ ଉଭୟ ସୋନିଆ ଓ ରାହୁଲ ଗାନ୍ଧୀଙ୍କ ମୋହର ଲାଗିଛି। ସୋନିଆ ନିଜେ କମିଟିର ଅଧ୍ୟକ୍ଷ ଥିବାବେଳେ ଜୟରାମ ରମେଶଙ୍କୁ କମିଟିର ଆବାହକ ନିଯୁକ୍ତ କରାଯାଇଛି। ପି. ଚିଦମ୍ବରମ୍‌ଙ୍କୁ ସର୍ବାଧିକ ଗୁରୁତ୍ବ ପ୍ରଦାନ କରାଯିବା ସହ ତାଙ୍କୁ ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି। କମିଟିରେ ଦିଗ୍‌ବିଜୟ ସିଂହ, ପୂର୍ବତନ ଆଇଏଏସ୍‌ ଅଫିସର ତଥା ପଞ୍ଜାବର ସାଂସଦ ଡଃ ଅମର ସିଂହ, ଗୌରବ ଗୋଗଇ ପ୍ରମୁଖ ସଦସ୍ୟ ଅଛନ୍ତି।

Comments are closed.