ଓଡ଼ିଶାକୁ ମୋଟ ୭ ପଦକ, ମଧୁସ୍ମିତାଙ୍କୁ ବ୍ରୋଞ୍ଜ

କଟକ: ଆସାମର ଗୁଆହାଟୀଠାରେ ଚାଲିଥିବା ୩୬ତମ ଜାତୀୟ ଜୁନିୟର ଦୌଡ଼କୁଦ ଚମ୍ପିଆନସିପ୍‌ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶା ପ୍ରତିଯୋଗୀମାନେ ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ମୋଟ ୭ଟି ପଦକ ହାସଲ କରିଛନ୍ତି। ବୁଧବାର ଅନ୍ତିମ ଦିବସରେ ଓଡ଼ିଶା ପାଇଁ ମଧୁସ୍ମିତା ଦେବ୍‌ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୨୦ ବର୍ଷରୁ କମ୍‌ ବାଳିକା ୨୦୦ମିଟର ଦୌଡ଼ରେ ମଧୁସ୍ମିତା ୨୪.୯୦ ସେକେଣ୍ଡରେ ଅତିକ୍ରମ କରି ତୃତୀୟ ସ୍ଥାନ ହାସଲ କରିଥିଲେ।

ପୂର୍ବରୁ ସବିତା ଟପ୍ପୋ ୧୬ ବର୍ଷରୁ କମ୍‌ ବାଳିକା ଲଙ୍ଗଜମ୍ପରେ ସ୍ବର୍ଣ୍ଣ ଓ ୮୦ ମିଟର ହଡଲ୍ସରେ ରୌପ୍ୟ,୨୦ ବର୍ଷରୁ କମ୍‌ ବାଳିକା ଲଙ୍ଗଜମ୍ପରେ ମନୀଷା ମେରାଲ ରୌପ୍ୟ, ୧୬ ବର୍ଷରୁ କମ୍‌ ବାଳକ ୮୦ ମିଟର ହଡଲ୍ସରେ ରାଜେନ୍ଦ୍ର ସିଦ୍ଧୁ,୧୪ ବର୍ଷରୁ କମ୍‌ ବାଳକ ସଟ୍‌ଫୁଟ୍‌ରେ ଓଁକାର ପ୍ରସାଦ ନନ୍ଦ ,୧୪ ବର୍ଷରୁ କମ୍‌ ବାଳିକା ବଲ୍‌ ଥ୍ରୋ ଇଭେଣ୍ଟରେ ପ୍ରାଚୀ ପ୍ରିୟଦର୍ଶିନିୀ ମହାରଣା ଓ ୨୦ ବର୍ଷରୁ କମ୍‌ ବାଳିକା ୨୦୦ମିଟର ଦୌଡ଼ରେ ମଧୁସ୍ମିତା ଦେବ୍‌ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

Comments are closed.