ସୁକ୍‌ମାରେ ପୁଲିସ ସହ ଗୁଳିବିନିମୟ; ୪ ମାଓବାଦୀ ନିହତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ସୁକମା: ଛତିଶଗଡ଼ର ସୁକମା ଜିଲାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟ​‌ରେ ବୁଧବାର ଗୁଳିବିନିମୟ ଘଟିଛି। ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ବସ୍ତର ଆଇଜି ପି. ସୁନ୍ଦରରାଜ କହିଛନ୍ତି ଯେ, ରିଜର୍ଭ ଫୋର୍ସ, ୨୦୧ ବାଟାଲିୟନ କୋବ୍ରା ଏବଂ ୨୨୩ ବାଟାଲିୟନର ସିଆରପିଏଫ ଯବାନଙ୍କୁ ନେଇ ଏକ ମିଳିତ ଟିମ୍‌ ଏହି ଅପରେଶନରେ ସାମିଲ ହୋଇଥିଲେ।  ସୁକମା ଜିଲାର ଜଗରଗୁଣ୍ଡା ଅଞ୍ଚଳରେ ଥିବା ଜଙ୍ଗଲରେ ମାଓବାଦୀଙ୍କ ଶିବିର ଥିବା ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ ମିଳିତ ଅପରେଶନ ଆରମ୍ଭ ହୋଇଥିଲା। ବୁଧବାର ଭୋର ସମୟରେ ଯବାନମାନଙ୍କ ସହିତ ମାଓବାଦୀଙ୍କ ଗୁଳିବିନିମୟ ଘଟିଥିଲା। ଏଥିରେ ୪ ମାଓବାଦୀ ନିହତ ହୋଇଛନ୍ତି। ମାଓବାଦୀ ଶିବିରରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ଏସପି କହିଛନ୍ତି।

Comments are closed.