ଛତିଶଗଡ଼ରେ ଏନକାଉଣ୍ଟର: ୪ ମାଓବାଦୀ ନିହତ, ଜଣେ ପୁଲିସ ଏସଆଇ ଶହୀଦ

ଏକେ-୪୭ ରାଇଫଲ ସମେତ ବହୁ ଅସ୍ତ୍ରଶସ୍ତ୍ର ଜବତ

ରାୟପୁର: ଛତିଶଗଡ଼ରେ ଶନିବାର ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଥିବାବେଳେ ଜଣେ ପୁଲିସ ଏସଆଇ ଶହୀଦ ହୋଇଛନ୍ତି। ମାନପୁର ଥାନା ଅନ୍ତର୍ଗତ ପରଧୋନୀ ଗାଁ ନିକଟ ଜଙ୍ଗଲରେ ଏହି ଏନକାଉଣ୍ଟର ଘଟିଥିଲା। ନିହତ ମାଓବାଦୀଙ୍କ ପାଖରୁ ଗୋଟିଏ ଏକେ-୪୭ ରାଇଫଲ, ଏକ ଏସଏଲଆର ଏବଂ .୩୧୫ ବୋର୍‌ର ୨ଟି ବନ୍ଧୁକ ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ରାଜନନ୍ଦଗାଓଁ ଏଏସପି ଜି.ଏନ. ବଘେଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୦୦୯ ଜୁଲାଇ ୧୨ରେ ଏହି ଅଞ୍ଚଳରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଥିଲା। ଏଥିରେ ଏସପି ଭି.କେ. ଚୌବେଙ୍କ ସମେତ ୯ ପୁଲିସ କର୍ମଚାରୀ ଶହୀଦ ହୋଇଥିଲେ।

Comments are closed.