୪ ମାଓବାଦୀଙ୍କ ଆତ୍ମ ସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ ରାଜ୍ୟ ଦନ୍ତେୱାଡା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଚାରିଜଣ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ କେନ୍ଦ୍ରୀୟ କମିଟି ଓଡିଶା ପ୍ଲାଟୁନ ନମ୍ବର ୩ କମାଣ୍ଡର ସୁରେଶ, ଜନମିଲିସିଆ କମାଣ୍ଡର ଦିଲୀପ ପୁନମ, ଲଖମନ ଅଟାମି ଓ ମୁନଧ୍ରା ରାମ ଅଛନ୍ତି।

ସେମାନଙ୍କ ମଧ୍ୟରୁ ସୁରେଶ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ୮ ଲକ୍ଷ ଟଙ୍କା ଓ ଛତିଶଗଡ଼ ରାଜ୍ୟ ପକ୍ଷରୁ ୫ ଲକ୍ଷ ଟଙ୍କା ପୁରସ୍କାର ରହିଛି। ସେହିପରି ଦିଲୀପ ପୁନମ, ଲଖମନ ଅଟାମି ଓ ମୁନଧ୍ରା ରାମଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି।

Comments are closed.