ବାରହା ଆକ୍ରମଣରେ ୪ ଗୁରୁତର

0

କଟକ: ଆଠଗଡରେ ବାରହା ଆକ୍ରମଣରେ ୪ଜଣ ଗୁରୁତର ହୋଇଛନ୍ତି। ଆହତ ମାନଙ୍କୁ ପ୍ରଥମେ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସମସ୍ତ ଆହତ ମାନଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ସମସ୍ତେ ଗାଧୋଇବାକୁ ଯାଉଥିବା ବେଳେ ବାରହା ଆକ୍ରମଣର ଶିକାର ହୋଇଥିଲେ। ବାରହାଟି ଗାଁରେ ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବନ ବିଭାଗ କର୍ମଚାରୀ ବାରହା ଘଉଡାଇବାକୁ ଉଦ୍ୟମ କରୁଛନ୍ତି।

Leave A Reply