ପାଲଟଣା ନୌକାଚାଳନା, ୪ ଭାରତୀୟଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ନୂଆଦିଲ୍ଲୀ: ଭାରତୀୟ କ୍ରୀଡ଼ା ଇତିହାସରେ ଏହା ପ୍ରଥମଥର ଘଟିଛି। ଦେଶର ୪ ଜଣ ପାଲଟଣା (ସେଲିଂ) ନୌକାଚାଳକ ଚଳିତବର୍ଷ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଓମାନ୍ରେ ଆୟୋଜିତ ଅଲିମ୍ପିକ୍ସ ଯୋଗ୍ୟତା ପର୍ୟ୍ୟାୟ ସେଲିଂ ପ୍ରତିଯୋଗିତାରେ ବ୍ୟକ୍ତିଗତ ଭାବେ ବିଷ୍ଣୁ ସରବାନନ୍ ଏବଂ ଡବଲ୍ସରେ ଗଣପତି ଚେଙ୍ଗାପ୍ପା ଓ ବରୁଣ ଠକ୍କର ଚମତ୍କାର ପ୍ରଦର୍ଶନ କରି ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
ବୁଧବାର ଦେଶର ପ୍ରଥମ ମହିଳା ଭାବେ ନେତ୍ରା କୁମାନାନ୍ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ। ପୂର୍ବରୁ ଭାରତ ମାତ୍ର ଗୋଟିଏ ଇଭେଣ୍ଟରେ ଅଲିମ୍ପିକ୍ସରେ ଭାଗ ନେଇଥିବା ବେଳେ ୪ଟି ଅଲିମ୍ପିକ୍ସରେ ଭାରତର ୨ ଜଣ ଲେଖାଏଁ ସେଲର ଭାଗ ନେଇଥିଲେ। ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିବାରୁ ବିଷ୍ଣୁ ସରବାନନ୍, ଗଣପତି ଚେଙ୍ଗାପ୍ପା, ବରୁଣ ଠକ୍କର ଓ ନେତ୍ରା କୁମାନାନ୍ଙ୍କୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ ଓ ସାଇ ଅଭିନନ୍ଦନ ଜଣାଇଛନ୍ତି।
Comments are closed.