୨୦୨୨ରେ ଗଗନଯାନ : ୪ ବାୟୁସେନା କର୍ମଚାରୀଙ୍କୁ ଜାନୁୟାରୀ ତୃତୀୟ ସପ୍ତାହରୁ ପ୍ରଶିକ୍ଷଣ

ବେଙ୍ଗାଲୁରୁ : ଭାରତର ପ୍ରଥମ ମାନବଯୁକ୍ତ ଗଗନ ଯାନ ମିଶନ ପାଇଁ ୪ଜଣ ବାୟୁସେନା କର୍ମଚାରୀଙ୍କୁ ଚୟନ କରାଯାଇଛି । ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ. ଶିବନ ଏହା ଘୋଷଣା କରିଛନ୍ତି । ବୁଧବାର ବେଙ୍ଗାଲୁରୁଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଡକ୍ଟର ଶିବନ୍‍ କହିଛନ୍ତି, ଜାନୁୟାରୀ ତୃତୀୟ ସପ୍ତାହଠାରୁ ଏହି ୪ଜଣ କର୍ମଚାରୀଙ୍କୁ ରୁଷରେ ମହାକାଶଯାତ୍ରା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ।

ଆସନ୍ତା ୨୦୨୨ ମସିହାରେ ଗଗନ ଯାନ ପ୍ରେରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଘୋଷଣା
କରିଛନ୍ତି । ଇସ୍ରୋ ଅଧ୍ୟକ୍ଷ କହିଛନ୍ତି,ଚଳିତବର୍ଷ ଏକ ମାନବ ବିହୀନ ଯାନ ପ୍ରେରଣ କରାଯାଇ ଏହାର ଗତିଶୀଳତା ଓ ଅଣୁ ମାଧ୍ୟାକର୍ଷଣ ଶକ୍ତି ଆଧାରରେ ମାନବଯୁକ୍ତ ଯାନର ଢାଞ୍ଚା ପ୍ରସ୍ତୁତ କରାଯିବା ପାଇଁ ଯୋଜନା କରାଯାଉଛି। ଚନ୍ଦ୍ରଯାନ-୩ ମିଶନକୁ
ଇତିମଧ୍ୟରେ ସରକାର ଅନୁମୋଦନ କରିଛନ୍ତି ବୋଲି ଡକ୍ଟର ଶିବନ ଆହୁରି ସୂଚନା ଦେଇ କହିଛନ୍ତି।

Comments are closed.