ଅଗ୍ନିକାଣ୍ଡରେ ୪ ବଖରା ଭସ୍ମୀଭୂତ

ବାଲେଶ୍ଵର: ବାଲେଶ୍ଵର ଜିଲା ରେମୁଣା ବ୍ଲକ ବୋଇତା ଗ୍ରାମର ଆଦିବାସୀ ସାହିରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ସାହିର ମଣ୍ଡୁ ଦଳେଇଙ୍କର ୪ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ରାତି ପ୍ରାୟ ୩ଟାରେ ମଣ୍ଡୁଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ପ୍ରଥମେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ପରେ ଖବର ପାଇ ବାଲେଶ୍ଵର ଏବଂ ନୀଳଗିରିରୁ ୨ଟି ଦମକଳ ଗାଡ଼ି ପହଞ୍ଚିବା ସହିତ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ।

Comments are closed.