ଚାରି ଫୁଟ ଲମ୍ବର ପୋଟଳ ଫଳାଇ ଚର୍ଚ୍ଚାରେ ମହିଳା

ପାତ୍ରପୁର: ଇଚ୍ଛା ଶକ୍ତି ଥିଲେ ସବୁ କାମ ସମ୍ଭବ ହୋଇଥାଏ। ଏହିଭଳି ଉଦ୍ୟମ କରି ଜଣେ ବିଧବା ମହିଳା ନିଜ ଧାନ ଚାଷ ଜମି ହିଡରେ ଦେଶୀ ପୋଟଳ ଫଳାଇ ଚର୍ଚ୍ଚାକୁ ଆସିଛନ୍ତି। ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଏହି ମହିଳା ଜଣକ ହେଉଛନ୍ତି ସୁଶିଳା ଶଢଙ୍ଗୀ। ସେ ଏବେ ସମସିଙ୍ଗି ଶାସନରେ ଥିବା ଧାନ ଚାଷ ଜମିର ହିଡରେ ଚାରିଫୁଟ ଲମ୍ବାର ପୋଟଳ ଫଳାଇ ଚର୍ଚ୍ଚାକୁ ଆସିଛନ୍ତି। ଏବେ ତାଙ୍କ ବୟସ ପ୍ରାୟ ୭୦ ହେଲାଣି। ତେବେ ପୂର୍ବ ଭଳି ପରିବା ଚାଷ ପାଇଁ ଆଗ୍ରହ ଜାରି ରହିଛି। ସ୍ୱାମୀ ଥିବା ବେଳେ ନିଜ ଜମିରେ ଦୁହେଁ ମିଶି ଦେଶୀ କାଙ୍କଡ଼, ଲାଉ, କଖାରୁ(ବୋଇତାଳୁ), ଭେଣ୍ଡି ପ୍ରଭୃତି ଫସଲ ରବି ଏବଂ ଖରିଫ ଋତୁରେ ଚାଷ କରୁଥିଲେ। ଏବେ ମଧ୍ୟ ଦୁଇ ପୁଅମାନଙ୍କ ସହ ମିଶି ପରିବା ଚାଷ ଜାରି ରଖିଛନ୍ତି। ଜମିରୁ ଏବେ କାଙ୍କଡ଼ ଆମଦାନୀ ଗତକିଛି ବର୍ଷ ହେଲା ବନ୍ଦ ରହିଛି। ତେବେ ଚଳିତ ବର୍ଷ ମୁମ୍ବାଇରେ ରହୁଥିବା ତାଙ୍କ ସାନ ଝିଅ ପାଖରୁ ପୋଟଳ ବିହନ ଆଣି ଲଗାଇଥିଲେ। ଏବେ ଚାରି ଫୁଟରୁ ଅଧିକ ଲମ୍ବର ପୋଟଳ ଫଳିଛି। ଏହି ଖବର ଜଣା ପଡିବା ପରେ ବହୁ ବ୍ୟକ୍ତି ଦେଖିବା ପାଇଁ ଜମିକୁ ଯାଉଛନ୍ତି। ତେବେ ପରିଣତ ବୟସରେ ତାଙ୍କର ଏଭଳି ପରିବା ଚାଷ ପାଇଁ ଉଦ୍ୟମ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

Comments are closed.