ଭୁବନେଶ୍ଵର ଏମ୍ସର ହସ୍ପିଟାଲର ୪ ଡାକ୍ତର ଓ ଦୁଇ ଆଟେଣ୍ଡାଣ୍ଟଙ୍କୁ ବାଧ୍ୟତାମୂଳକ କ୍ବାରେଣ୍ଟାଇନ ନିର୍ଦେଶ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲର ୪ଜଣ ଡାକ୍ତରଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନକୁ ପଠାଯାଇଛି । ଡାକ୍ତରଙ୍କ ସହ ୨ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ବାଧ୍ୟତାମୂଳକ କ୍ୱାରେଣ୍ଟାଇନକୁ ପଠାଯାଇଛି । ସମ୍ପୃକ୍ତ ୪ ଡାକ୍ତର ଓ ୨ ଆଟେଣ୍ଡାଣ୍ଟ ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କ ଚିକିତ୍ସା କରିଥିଲେ । ପରବର୍ତ୍ତୀ ସମୟରେ ଡ୍ରାଇଭର ଜଣକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେଣୁ ଚିକିତ୍ସା କରିଥିବା ଡାକ୍ତରଙ୍କ ସମେତ ଦୁଇ ଜଣ ଆଟେଣ୍ଡାଣ୍ଟଙ୍କୁ  ସଙ୍ଗରୋଧରେ ରଖାଯାଇ ଥିବା ନେଇ ସୂଚନା ମିଳିଛି ।

Comments are closed.