କରୋନାରେ ଆଉ ୪ ମୃତ

ଭୁବନେଶ୍ଵର: କରୋନା ମହାମାରୀ ଆଉ ୪ ଜୀବନ ନେଇଛି। ଏହି ଭୂତାଣୁରେ ସଂକ୍ରମିତ ହୋଇ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲାରୁ ୨ ଜଣ ରହିଥିବାବେଳେ ଝାରସୁଗୁଡ଼ା ଓ କେନ୍ଦୁଝରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଗତକାଲି କରୋନାରେ ରାଜ୍ୟରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା।

Comments are closed.