ସିଲିଣ୍ଡର ବିସ୍ଫୋରଣ ପରେ ନିଆଁ ଲାଗି ୪ ମୃତ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଛି। ଦିଲ୍ଲୀର ଶାହଦରା ଅଞ୍ଚଳରେ ଜଣଙ୍କ ଘରେ ସିଲିଣ୍ଡର ବିସ୍ଫୋରଣ ଘଟି ଏଥିରେ ୪ ଜଣଙ୍କର ଜଳିଯାଇ ମୃତ୍ୟୁ ହୋଇଛି। ଆଉ ଜଣେ ବ୍ୟକ୍ତି ପୋଡି ହୋଇଯିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପୂର୍ବ ଦିଲ୍ଲୀର ଶାହଦରା ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ ଘଟିଥିଲା। ନିଆଁରେ ଜଳି ୪ ଜଣଙ୍କକର ମୃତ୍ୟୁ ହୋଇଥିଲା। ଅଗ୍ନିଶମ କର୍ମଚାରୀଙ୍କ କହିବା ଅନୁଯାୟୀ, ଅଗ୍ନିକାଣ୍ଡ ଶାହଦରାର ଫର୍ଶ ବଜାର ଅଞ୍ଚଳର ଏହି ଘଟଣା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

 

Comments are closed.