ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୪ ଅଟକ

କଟକ: ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ମାମଲାରେ କଟକ ଗ୍ରାମାଞ୍ଚଳ ପୁଲିସ ଦ୍ବାରା ୪ ଅଭିଯୁକ୍ତ ଅଟକ। ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣ ଅଭିଯୁକ୍ତଙ୍କଙ୍କୁ ଅଜ୍ଞାତ ସ୍ଥାନରେ ରଖି ପୁଲିସ ପକ୍ଷରୁ ମାରାଥନ୍‌ ଜେରା କରାଯାଉଛି। ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ମାମଲାରେ ୪ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିବା ନେଇ କଟକ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ଆଜି ସୂଚନା ଦିଆଯାଇଛି।

ଗ୍ରାମାଞ୍ଚଳ ପୁଲିସ ଅଟକ ରଖିଥିବା ୪ ଅଭିଯୁକ୍ତଙ୍କର ସ୍ବର୍ଗତ କୁଳମଣି ବରାଳଙ୍କ ସହିତ ପୂର୍ବ ଶତ୍ରୁତା ରହିଥିଲା। ଘଟଣା ଦିନ ସେମାନେ କୁଳମଣିଙ୍କ ସହିତ ଯୁକ୍ତିତର୍କ କରିଥିଲେ ଏବଂ ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଭିଆଇଥିଲେ। ସେମାନେ ଧାରୁଆ ଅସ୍ତ୍ର ସହିତ ପଥରରେ ଛେଚି କୁଳମଣିଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ କାଠଫାଳିଆ ଏବଂ ଅନ୍ୟାନ୍ୟ ସାମଗୀ ପଡ଼ିଥିବା ସୂଚନା ମିଳିଛି। ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳ ଛାଡ଼ି ଅଜ୍ଞାତବାସରେ ଆତ୍ମଗୋପନ କରିଥିଲେ। ବିଶେଷ ସୂତ୍ରରୁ ଖବର ପାଇଁ ପୁଲିସ ସେହି ଅଜ୍ଞାତସ୍ଥଳରେ ଚଢ଼ାଉ କରି ୪ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଥିବା ଜଣାପଡ଼ିଛି।

ସୂଚନା ଯୋଗ୍ୟ ଯେ କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ଦୁର୍ବୁତ୍ତମାନେ ହତ୍ୟା କରିଥିଲେ। ଏହି ଆକ୍ରମଣରେ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ଗୁରୁତର ହୋଇଥିଲେ। ଗୁରୁତର ଦିବ୍ୟସିଂହ ବରାଳଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କଟକ ଜିଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ହତ୍ୟାକାଣ୍ଡ ଘଟଣାରେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଦିବ୍ୟସିଂହ ବରାଳଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତକଙ୍କ ବୟସ ୬୦ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ସେ ସାଲେପୁର ବିଜେପିର ପ୍ରଭାରୀ ଥିଲେ ଓ ମାହାଙ୍ଗା ଅଞ୍ଚଳରେ ବିଜେପିର ଜଣେ ସକ୍ରିୟ କର୍ମକର୍ତ୍ତା ଥିଲେ।
କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହ ବରାଳ ଉଭୟ ନିଜ ଗ୍ରାମ ନୃତାଙ୍ଗରୁ ଯଂକୋଟି ଆଡକୁ ଯାଉଥିବା ବେଳେ ନୃତାଙ୍ଗ କେନାଲ ବନ୍ଧରେ ୫ରୁ ୬ ଜଣ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ମାହାଙ୍ଗା ଉନ୍ନୀତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ ମଧ୍ୟ ଡାକ୍ତରମାନେ କୁଳମଣି ବରାଳଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ମାହାଙ୍ଗା ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ମୃତକ କୁଳମଣିଙ୍କ ବଡ ପୁଅ ରମାକାନ୍ତ ବରାଳ ମାହାଙ୍ଗା ଥାନାରେ ୧୨ ଜଣଙ୍କ ନାଁରେ ଏତଲା ଦେଇଥିଲେ। ୧୨ ଜଣଙ୍କ ମଧ୍ୟରେ ଯଂକୋଟି ଗ୍ରାମର ୪ ଜଣ ଓ ନୃତାଙ୍ଗ ଗ୍ରାମର ୮ ଜଣଙ୍କ ନାଁ ଉଲ୍ଲେଖ ଥିବା ଅସମର୍ଥିତ ସୂତ୍ରରୁ ଜଣାପଡିଛି। ଅନ୍ୟପକ୍ଷରେ ଏହା ଏକ ଯୋଜନାବଦ୍ଧ ରାଜନୈତିକ ହତ୍ୟାକାଣ୍ଡ ବୋଲି ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ କରିଥିଲେ।

Comments are closed.