ରାଜ୍ୟରେ ଆଉ ୪ ମୁଣ୍ଡ ନେଲା କରୋନା, ୫୬ରେ ପହଞ୍ଚିଲା ମୋଟ୍ ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ ୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ଏହି ୪ ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ ୫୬ରେ ପହଞ୍ଚିଛି ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ମୃତ୍ୟୁ ବରଣ କରିଥିବା ୪ ଜଣ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲାର ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା । ଆଜି ୪ ଜଣଙ୍କ ମୃତ୍ୟୁ ସହ ଗଞ୍ଜାମ ଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି।


ଗଞ୍ଜାମ ଜିଲାରୁ ମୃତ୍ୟୁ ବରଣ କରିଥିବା ୪ ଜଣଙ୍କ ମଧ୍ୟରୁ ଜଣେ ୪୧ ବର୍ଷୀୟ ବ୍ୟକ୍ତି ଏବଂ ଅନ୍ୟ ଜଣେ ୫୮ବର୍ଷୀୟ ବ୍ୟକ୍ତି ରହିଛନ୍ତି। ଉଭୟ ମୃତକ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ସହ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ସେହିପରି କରୋନାରେ ଜଣେ ୪୮ ଓ ୩୨ ବର୍ଷୀୟ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସେମାନେ ମଧୁମେହ ରୋଗ ସହ କରୋନାରେ ଆକ୍ରାନ୍ତ ଥିଲେ।


ଅନ୍ୟପଟେ ରାଜ୍ୟରେ ଆଜି ଦୁଇ ଜଣ କରୋନା ଆକ୍ରାନ୍ତଙ୍କ ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ଦୁଇ ଜଣ ମୃତକଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ ଜିଲାର ଏବଂ ଅନ୍ୟଜଣେ ଭଦ୍ରକ ଜିଲାର ହୋଇଥିବା ସୂଚନା। ଏହି ଦୁଇ ଜଣ କରୋନା ଆକ୍ରାନ୍ତଙ୍କ କ୍ୟାନସର ରୋଗରେ ମୃତ୍ୟୁରେ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

Comments are closed.