ଜୟପାଟଣା ଏବଂ ମୁଖୀଗୁଡାରେ କରୋନା ଆକ୍ରାନ୍ତ ଚିହ୍ନଟ

ମୁଖୀଗୁଡା :  କଳାହାଣ୍ଡି ଜିଲ୍ଲା ଜୟପାଟଣା ଏବଂ ମୁଖୀଗୁଡାରେ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବୁଧବାର ଜୟପାଟଣା କିଶୋରପଡ଼ାର ଏକ ଦମ୍ପତି ଏବଂ ମୁଖୀଗୁଡାର ଏକ ଦମ୍ପତି କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି। ସେମାନେ  ତୀର୍ଥ ଯାତ୍ରା କରି ଫେରିଥିଲେ। ସେମାନଙ୍କୁ ସଂଘରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ତୀର୍ଥଯାତ୍ରାରୁ ଘରକୁ ଫେରିବା ପରେ ବହୁଲୋକଙ୍କ ସଂସ୍ପର୍ଶରେ ଆସି ଥିବାରୁ ଜୟପାଟଣା ଏବଂ ମୁଖୀଗୁଡାରେ ସଂକ୍ରମଣ ବଡ଼ିବା ଆଶଙ୍କା ରହିଛି ।

Comments are closed.