ରାଜ୍ୟରୁ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୧୮୫୭ ଛୁଇଁଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ ଆଉ ୪ କରୋନା ସଂକ୍ରମିତ ପ୍ରାଣ ହରାଉଛନ୍ତି। ଆଜି ମୃତ୍ୟୁ ବରଣ କରିଥିବା ୪ ଜଣଙ୍କୁ  ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୫୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ରାଜ୍ୟରୁ ଆଜି ମୃତ୍ୟୁ ବରଣ କରିଥିବା ୪ ଜଣଙ୍କ ମଧ୍ୟରୁ ବାଲେଶ୍ବରରୁ ଜଣେ ରହିଥିବା ବେଳେ ଭୁବନେଶ୍ବର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲାରୁ ଜଣେ ଲେଖାଏଁ ମୃତକ ରହିଛନ୍ତି।


ସୂଚନାଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୭ ଲକ୍ଷ ୯୯ ହଜାର ୯୫୨ କରୋନା ନମୂନା ପରୀକ୍ଷଣ  କରାଯାଇଥିବା ବେଳେ  ମୋଟ୍ ୩ ଲକ୍ଷ ୮୨ ହଜାର ୦୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨ ହଜାର ୯୧୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୨୩ ହଜାର ୩୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୮୫୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି।

Comments are closed.