ରାଜଧାନୀରୁ ୪ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି (ସୋମବାର) ସନ୍ଧ୍ୟାରେ ୪ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଆଜି ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ଇନ୍ଦ୍ରଧନୁ ମାର୍କେଟରେ ରାସ୍ତା କଡରେ ଥିବା ଜଳଖିଆ ଦୋକାନ ଓ ସଉଦା ଦୋକାନରେ ସମ୍ପୃକ୍ତ ଶିଶୁମାନେ କାମ କରୁଥିବା ବେଳେ ଚାଇଲଡ ହେଲ୍ପଲାଇନ ଓ ନୟାପଲ୍ଲୀ ପୁଲିସ ମିଳିତ ଭାବେ ଚଢ଼ାଉ କରି ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ବୟସ ୧୪ ବର୍ଷରୁ କମ ହୋଇଥିବା ବେଳେ, ଜଣଙ୍କ ବୟସ ୧୭ ବର୍ଷ ବୋଲି ଜଣାପଡିଛି।

ଉଦ୍ଧାର ପରେ ସେମାନଙ୍କୁ ରୁଚିକା ମୁକ୍ତ ଆଶ୍ରୟସ୍ଥଳୀରେ ରଖାଯାଇଛି। ଏହି ଶିଶୁ ଶ୍ରମିକମାନଙ୍କ ମଧ୍ୟରୁ ଜଣେ ନୟାଗଡ଼ର ହୋଇଥିବା ବେଳେ ଅନ୍ୟ ଜଣେ କଟକ ଓ ଦୁଇ ଜଣଙ୍କ ଘର ଗଂଜାମ ବୋଲି ସୂଚନା ମିଳିଛି।

Comments are closed.