ସୁରଟରୁ ବାହାରିଲା ଆଉ ୪ ବସ୍‍ ; ଆସୁଛନ୍ତି ୨୨୮ ଜଣ ଓଡ଼ିଆ

ଭୁବନେଶ୍ବର : ସୁରଟରେ ଅଟକି ରହିଥିବା ଓଡ଼ିଆ ଲୋକଙ୍କୁ ନେଇ ଆଉ ୪ଟି ବସ୍‍ ବାହାରିଥିବା ଜଣାପଡ଼ିଛି । ଏଥିରେ ୨୨୮ ଜଣ ଆସୁଥିବା ଜଣାପଡ଼ିଛି ।
ପୂର୍ବରୁ ଗତ ୨୭ ତାରିଖ ଦିନ ଚାରୋଟି ବସ୍‍ ଓଡ଼ିଶା ଅଭିମୁଖେ ବାହାରିଥିଲା। ଏହି ବସରେ ଗଞ୍ଜାମ ଜିଲ୍ଲାର ଲୋକମାନେ ଆସୁଥିବା ଜଣାପଡ଼ିଛି। ଏମାନଙ୍କୁ କ୍ୱାରେଣ୍ଟାଇନରେ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର କ୍ୱାରେଣ୍ଟାଇନ୍‍ କେନ୍ଦ୍ର ପାଇଁ
ମାର୍ଗଦର୍ଶିକା ଜାରି କରିଛନ୍ତି ।

Comments are closed.