ଗୁଣିଗାରେଡିକୁ ନେଇ ଗଣ୍ଡଗୋଳ ; ୪ ଗରିଫ

ଗୁଡଭେଲା : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୁଡଭେଲା ବ୍ଳକର ଶିରାବାହାଳ ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏହି ମାମଲାରେ ତୁଷୁରା ପୁଲିସ ୪ଜଣଙ୍କୁ ଗିରଫ କରିଛି । ଏଥି ସହ ଉଭୟ ପକ୍ଷରୁ ୨୬ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରାଯାଇଥିବା ଜଣାପଡିଛି । ଘଟଣା ପ୍ରକାଶ ଯେ, ଗୁଡଭେଲା ବ୍ଳକ ଶିରାବାହାଳ ଗାଁର ଶୁକ୍ରୁ ନାଗ ଗୁଣିଗାରେଡି କରୁଥିବା ବିରଞ୍ଚି ଛତ୍ରିଆକୁ ସନ୍ଦେହ କରି ଆସୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା ।ଶୁକ୍ରବାର ଦିନ ଅପରାହ୍ନରେ ବିରଞ୍ଚି ଛତ୍ରିଆ ଗାଁ ସ୍କୁଲରେ ସଭା କରିଥିଲେ । ରଘୁ ଛତ୍ରିଆ ଯାଇ ଶୁକ୍ରୁ ନାଗକୁ ସଭାକୁ ଡାକି ଆଣିଥିଲେ । ଶୁକ୍ରୁ ସେଠାକୁ ପହଞ୍ଚିବା ।ଶୁକ୍ରୁ ପହଞ୍ଚିବା ପରେ ଉଭୟ ମଧ୍ୟରେ ମାରପିଟ ହୋଇଥିଲା ପୂର୍ବ ଯୋଜନା ଅନୁଯାୟୀ ବିରଞ୍ଚି ଶୁକ୍ରୁଙ୍କ ମୁହରେ ବିଷ୍ଠା ଲଗାଇ ମାଡ ମାରିଥିଲେ ।ମାରପିଡରେ ଶୁକ୍ରୁ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଗୁଡଭେଲା  ଓ ପରେ ବଲାଙ୍ଗିର ନିଆଯାଇଥିଲା । ଏହି ଘଟଣା ପରେ ତୁଷୁରା ଥାନାରେ ଶୁକ୍ରୁ ଲିଖିତ ଅଭିଯୋଗ କରିଥିଲେ । ଶୁକ୍ରୁଙ୍କ ଅଭିଯୋଗ ଆଧାରରେ ତୁଷୁରା ପୁଲିସ ୧୬ ଜଣଙ୍କ ନାମରେ ମାମଲା ରୁଜୁ କରି ଉକ୍ତ ଗ୍ରାମର ଜଣେ ମହିଳା ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଶିରାବାହାଳ ଗ୍ରାମର ବିରଞ୍ଚି ଛତ୍ରିଆ(୫୦), କାଞ୍ଚନ ଛତ୍ରିଆ(୩୫), ମିଥୁନ ଛତ୍ରିଆ(୨୫), ବାପି ମହାନନ୍ଦ(୨୨)। ଘଟଣାକୁ ନେଇ ବିରଞ୍ଚିଙ୍କ ସ୍ତ୍ରୀ କାଞ୍ଚନ ତୁଷୁରା ଥାନରେ ପାଲଟା ଅଭିଯୋଗ କରିଛନ୍ତି । ତାଙ୍କର ଅଭିଯୋଗ ଅନୁସାରେ ଗାଁର ସ୍କୁଲ ସଭାରେ ବସିଥିବାବେଳେ ଶୁକ୍ରୁ ଓ ରଘୁ ସମେତ ଅନ୍ୟ ୮ ଜଣଙ୍କ ନାଁରେ ମାଡ ମାରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି । କାଞ୍ଚନଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ୧୦ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଥିବା ତୁଷୁରା ପୁଲିସ ଠାରୁ ପ୍ରକାଶ ପାଇଛି ।

Comments are closed.