ଅବକାରୀ ବିଭାଗର ଚଢାଉ: ୪ଗିରଫ, ବାଇକ ସହ ମଦ ଜବତ

ନବରଙ୍ଗପୁର: ଜିଲା ଅବକାରୀ ବିଭାଗ ପକ୍ଷରୁ ଆଜି ତେନ୍ତୁଳିଖୁଣ୍ଟି ବ୍ଳକ ଅନ୍ତର୍ଗତ ଝରିଗୁମା ଓ କଣ୍ଟାଗାଁ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ଧରପଗଡ କରାଯାଇ ବେନିୟମ ମଦ କାରବାର ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି। ଏହାସହିତ ୪ଟି ବାଇକ ଓ ୧୧୫ ଲିଟର ମଦ ଜବତ କରାଯାଇଛି।

ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନବରଙ୍ଗପୁର ଅବକାରୀ ସବଇନ୍ସପେକ୍ଟର ବିପ୍ର ଚରଣ ମଣ୍ଡଳ, ଏଏସଆଇ କମ୍ବୁପାଣି ସିନ୍ଦୁର ଓ ସୁବ୍ରତ କୁମାର ହିରନ ସମେତ ଅନ୍ୟାନ୍ୟ ଅବକାରୀ କର୍ମଚାରୀମାନେ ଭାଗ ନେଇଥିଲେ। ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Comments are closed.