ବାରହା ମାଂସ ଜବତ; ବନ ବିଭାଗ କର୍ମଚାରୀଙ୍କ ଦ୍ବାରା ୪ ଗିରଫ

ପଦ୍ମପୁର:ପଦ୍ମପୁର ରେଞ୍ଜ ପାଇକମାଲ ଥାନା ଅଧିନସ୍ଥ ହରିଡାଟାଲ ଗ୍ରାମର କେତେ ଜଣ ବାରହା ଶିକାର କରି ମାଂସ ନେଉଥିବା ବେଳେ ତେତେଲଖୁଣ୍ଟି (ଲୁହୁରାଡେରା) ଠାରେ ବନ ବିଭାଗ କର୍ମଚାରୀମାନେ ଅତର୍କିତ ଚଢାଉ କରିଥିଲେ।ସେଠାରେ ହରିଡାଟାଲ ଗ୍ରାମର କୁମରମଣୀ କୁଅଁର (୪୦),ବିକ୍ରମ ଗିଧିଲି (୬୦),ରୁପାଧର ଚାଉଲିଆ (୬୫),ଶୁକ୍ରୁ ଗିଧିଲି (୩୫) ଥିଲେ। ତାଂକ ଠାରୁ ବାରହା ମାଂସ ତିନି କେଜି,ଜାଳ ଫାଶ,କଟାର,ବରଛି ଜବତ ହୋଇଛି। ରେଞ୍ଜର ହରିଶଂକର ନାଏକ,ଫରେଷ୍ଟର ସୁଶାନ୍ତ ଦାଶ,ଜ୍ୟାେତି ରଞ୍ଜନ ସାହୁ,ଘାସିରାମ ବିଭାର ଓ ଅନ୍ୟ ବନ କର୍ମଚାରୀ ଚଢଉରେ ସାମିଲ ଥିଲେ। ଏ ସଂକ୍ରାନ୍ତରେ ପଦ୍ମପୁର ରେଞ୍ଜ କେଶ ନଂ ୧୮୮/୨୦ରେ ମୋକଦ୍ଦମା ରୁଜ୍ଜୁ କରାଯାଇଛି ।

Comments are closed.